ଓଡ଼ିଶାଲାଇଭ୍‌ ବ୍ୟୁରୋ

ହିମାଚଳ ପ୍ରଦେଶରେ ଘଟିଛି ଏକ ଅଭାବନୀୟ ଘଟଣା। କୁଲ୍ଲୁ ଜିଲ୍ଲାରେ ଏକ ଘରୋଇ ଯାତ୍ରୀବାହୀ ବସ୍‌(HP 66-7065) ଦୁର୍ଘଟଣାଗ୍ରସ୍ତ ହୋଇଛି। ପାହାଡ଼ିଆ ଘାଟି ଅଞ୍ଚଳ ଦେଇ ବସ୍‌ଟି ଯାଉଥିବା ସମୟରେ ପ୍ରାୟ ୨୦୦ ଫୁଟ୍‌ ତଳକୁ ବସ୍‌ଟି ଖସି ପଡ଼ିଛି।

ପ୍ରାଥମିକ ସୂଚନା ଅନୁଯାୟୀ, ଏହି ଦୂର୍ଘଟଣାରେ ୨୫ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୩୫ ଜଣ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି। ବସ୍‌ରେ ୫୦ରୁ ଅଧିକ ଲୋକ ଯାତ୍ରା କରୁଥିଲେ। ବସ୍‌ଟି ବଞ୍ଜରରୁ ଗଡ଼ଗୁସାଣି ଯାଉଥିଲା।

ବସ୍‌ଟି ଆଗ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ ପାଇଛି।

(ଖୁବଶୀଘ୍ର ସମ୍ପୂର୍ଣ୍ଣ ଖବର)

Comment