ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ ବାୟୁସେନାର ନଖୋଜ ବିମାନ AN-32ର ଦୁର୍ଘଟଣାସ୍ଥଳରୁ ୬ ଶବ ଓ ୭ ଜଣଙ୍କ ଦେହାବଶେଷ ଉଦ୍ଧାର କରାଯାଇଛି। ଏନେଇ ଗୁରୁବାର ବାୟୁସେନାର ପକ୍ଷରୁ ସୂଚନା ଦିଆଯାଇଛି। ଗତ ଜୁନ୍‌ ୩ ତାରିଖରେ ଆସମର ଏୟାରବେସ୍‌ରୁ ଏଏନ୍‌-୩୨ ବିମାନ ଉଡ଼ାଣ ଭରିଥିଲା। ତେବେ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପୂର୍ବରୁ ବିମାନ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା।

ବିମାନ ନିଖୋଜ ହେବାର ୮ ଦିନ ପରେ ଅରୁଣାଚଳ ପ୍ରଦେଶର ଲିପୋଠାରେ ବିମାନର ଭଗ୍ନାଂଶର ଠାବ କରାଯାଇଥିଲା। ଏହି ଦୁର୍ଗମ ପର୍ବତାଞ୍ଚଳରରେ ଏଏନ୍‌-୩୨ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନର ଭଗ୍ନାବଶେଷ ସିନା ମିଳି ଯାଇଥିଲ, ହେଲେ ବିମାନରେ ଥିବା ଲୋକଙ୍କର ପତ୍ତା ମିଳିପାରିନଥିଲା।

ରବିବାର ପର୍ବତାରୋହୀ ଦଳଙ୍କୁ ଦୁର୍ଘଟଣାସ୍ଥଳର ନିକଟବର୍ତ୍ତୀ ସ୍ଥାନରେ ଏୟାର୍‌ଡ୍ରପିଙ୍ଗ୍‌ କରାଯାଇଥିଲା। ଘଞ୍ଚ ଜଙ୍ଗଲ ଓ ପାହଡ଼ ଅତିକ୍ରମ କରି ବୁଧବାର ଦିନ ସେମାନେ ଦୁର୍ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ଦୁର୍ଘଟଣାସ୍ଥଳରୁ ୬ ଜଣଙ୍କ ଶବ ଓ ୭ ଜଣଙ୍କ ଦେହାବଶେଷ ଉଦ୍ଧାର କରାଯାଇଥିବା ବାୟୁସେନା ପକ୍ଷରୁ ଗୁରୁବାର ସୂଚନା ଦିଆଯାଇଛି।

Comment