ଓଡ଼ିଶାଲାଇଭ୍ ବ୍ୟୁରୋ

ହାଇକୋର୍ଟରେ ଦାୟର ହେଲା ଆଉ ଏକ ନିର୍ବାଚନୀ ମାମଲା। ସୋର ବିଧାୟକ ପର୍ଶୁରାମ ଧଡାଙ୍କ ନାମରେ ହାଇକୋର୍ଟରେ ମାମଲା ରୁଜୁ ହୋଇଛି।

ଧଡାଙ୍କ ଜାତିଗତ ପ୍ରମାଣପତ୍ରରେ ତ୍ରୁଟି ନେଇ ମାମଲା ଦାୟର କରିଛନ୍ତି ପରାଜିତ ବିଜେପି ପାର୍ଥି ରାକେଶ ମଲ୍ଲିକ। ସୋର ବିଧାନସଭା ସିଟ୍ ତଫସିଲଭୁକ୍ତ ଜାତି ପାଇଁ ସଂରକ୍ଷିତ ଥିବାବେଳେ ଧଡା ଏହି ଜାତିର ଅନ୍ତର୍ଭୁକ୍ତ ନୁହନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

ପୂର୍ବରୁ ୨୦୧୮ ମସିହାରେ ସମ୍ବାଦିକଙ୍କୁ ମାଡ ମାରିବା ଘଟଣାରେ ବିବାଦରେ ଛନ୍ଦି ହୋଇଥିବା ପର୍ଶୁରାମ ଧଡା ଏବେ ପୁଣି ଏକ ବିବାଦକୁ ଚାଲିଆସିଛନ୍ତି।

Comment