ଓଡ଼ିଶାଲାଇଭ୍ ବ୍ୟୁରୋ

ଦୁର୍ନୀତି ତଥା ଲାଞ୍ଚ କାରବାର ପାଇଁ ୧୫ ବରିଷ୍ଠ ଅଫିସରଙ୍କୁ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି। କେନ୍ଦ୍ର କଷ୍ଟମସ୍ (ସିବିଆଇସି)ର ପ୍ରିନ୍ସିପାଲ ସେକ୍ରେଟାରିଙ୍କଠୁ ଆସିଷ୍ଟାଣ୍ଟ ସେକ୍ରେଟାରି ପାହ୍ୟାର ଅଫିସରମାନଙ୍କୁ ଅବସର ଦିଆଯାଇଛି। ଏହି ଅଧିକାରୀଙ୍କ ବିରୋଧରେ ସିବିଆଇ ଦୁର୍ନୀତି, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ପରି ମାମଲା ରୁଜୁ କରିଛି। ଏ ସମ୍ପର୍କ ଅର୍ଥ ମନ୍ତ୍ରାଳୟ ସୂଚନା ଦେଇଛି।

ବାଧ୍ୟତାମୂଳକ ଅବସର ନେଇଥିବା ଅଫିସରମାନଙ୍କ ମଧ୍ୟରେ ସିବିଆଇସି ପ୍ରିନ୍ସିପାଲ ଏଡିଜି (ଅଡିଟ) ଅନୁପ ଶ୍ରୀବାସ୍ତବ ଅଛନ୍ତି। ୧୯୯୬ରେ ସେ ଆଇନର ଦୁରୂପଯୋଗ କରି ଏକ କମ୍ପାନିକୁ ଜମି କିଣିବାକୁ ଅନୁମତି ଦେଇ ସିବିଆଇ ଜାଲରେ ଫସିଥିଲେ।

ସେହିପରି ଯୁଗ୍ମ କମିଶନର ନଳିନୀ କୁମାର ମଧ୍ୟ ଅବସର ତାଲିକାରେ ଅଛନ୍ତି। ସେ ଆର୍ୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଅଭିଯୁକ୍ତ ଅଛନ୍ତି।

ଏହା ପୂର୍ବରୁ ମୋଦି ସରକାର ୧୨ ଜଣ ବରିଷ୍ଠ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥିଲେ।

Comment