ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜୁନ ୨୧ରେ ଦେଶ ବିଦେଶ ଚାରିଆଡେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ତେବେ ନାଗପୁରରେ ବିଶ୍ଵର ସବୁଠାରୁ କମ ଉଚ୍ଚତା ବିଶିଷ୍ଟ ମହିଳା ଜ୍ୟୋତି ଆମଗି ଯୋଗ ଅଭ୍ୟାସ କରୁଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଜଣେ ମହିଳା ତାଙ୍କୁ ହାତରେ ଉଠାଇ ଯୋଗ କରୁଥିବାର ଦେଖିବାକୁ ମିଳିଛି।

ଜ୍ୟୋତି ବିଶ୍ଵର ସବୁଠାରୁ କମ ଉଚ୍ଚତା ହେବାରେ ଗିନିଜ ୱାର୍ଲ୍ଡ ରେକର୍ଡ କରିଛନ୍ତି। ସେ ୧୯୯୩ ମସିହା ଡିସେମ୍ବର ୧୬ରେ ମହାରାଷ୍ଟ୍ରର ନାଗପୁରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ଉଚ୍ଚତା ୨ଫୁଟ ୦.୬ଇଞ୍ଚ। ସେ ଭାରତୀୟ ଟେଲିଭିଜନ ଶୋ ବିଗ ବସ୍‌ ସିଜନ ୬ରେ ଆମନ୍ତ୍ରୀତ ଅତିଥି ଭାବେ ଯୋଗ ଦେଇଥିଲେ। ଏହାସହ ୨୦୧୪-୧୫ରେ ଆମେରିକାନ ହରର ଷ୍ଟୋରି-ଫ୍ରେକ୍‌ ଶୋ’ରେ ସେ ଅଭିନୟ କରିଥିଲେ।

ତେବେ ଅନ୍ତର୍ଜାତୀୟ ଯୋଗ ଦିବସ ପାଇଁ ସବୁ ବର୍ଷ ପରି ଏଥର ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକମାନଙ୍କ ସହ ଯୋଗ କରିବେ। ଏଥର ସେ ଝାଡଖଣ୍ଡ ରାଜଧାନୀ ରାଞ୍ଚିରେ ଯୋଗ କରିବେ। ଏହା ପୂର୍ବରୁ ଯୋଗ ଦିବସରେ ମୋଦି ଦିଲ୍ଲୀ, ଚଣ୍ଡିଗଡ, ଲକ୍ଷ୍ନୌ ଓ ଡେରାଡୁନରେ ଯୋଗ କରିସାରିଛନ୍ତି।

ସୂତ୍ରନୁସାରେ, ପଞ୍ଚମ ଅନ୍ତରାଷ୍ଟ୍ରିୟ ଯୋଗ ଦିବସ ଅବସରରେ ରାଞ୍ଚିରେ ଆୟୋଜିତ କାଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ଗୁରୁବାର ରାତିରେ ମୋଦି ରାଞ୍ଚିରେ ପହଞ୍ଚିବେ। ସେଠାରେ ରାଜଭବନରେ ତାଙ୍କ ରାତ୍ରୀ ଯାପନ ବ୍ୟବସ୍ଥା କରାଯାଇଛି।

Comment