ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜଗତସିଂହପୁର ଜିଲ୍ଲାରେ ଘଟିଛି ଏକ ଅଭାବନୀୟ ଘଟଣା। ଜିଲ୍ଲା ସଦର ଥାନା ଅନ୍ତର୍ଗତ ନାରଣପୁର ଗାଁରେ ଗୁରୁବାର ସକାଳେ ବଜ୍ରପାତ ପଡ଼ି ଜଣେ ୧୫ ବର୍ଷୀୟ ଝିଅର ମୃତ୍ୟୁ ହୋଇଛି। ଏହି ଘଟଣାରେ ପରିବାର ଅନ୍ୟ ୨ ଜଣ ଆହତ ହୋଇଥିବା ସୂଚନା ମିଳିଛି।

ମୃତ ୧୫ ବର୍ଷୀୟ ଝିଅର ନାଁ ସୁଜାତା ଭୋଇ ବୋଲି ଜଣାପଡ଼ିଛି।

ସୂଚନା ମୂତାବିକ, ଗୁରୁବାର ସକାଳେ ସୁଜାତା ନିଜ ଚାଳ ଘରେ ଥିଲେ। ତେବେ ହଠାତ୍‌ ସୁଜାତାଙ୍କ ଉପରେ ବଜ୍ରପାତ ପଡ଼ିଥିଲା। ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ଜଗତସିଂହପୁର ମେଡିକାଲକୁ ଆଣିଥିଲେ। ମେଡିକାଲରେ ଡାକ୍ତର ସୁଜାତାଙ୍କୁ ମୃତ ଘୋଷଣା କରିଛନ୍ତି। ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚି ଏକ ଅପମୃତ ମାମଲା ରୁଜୁ କରିଛି।

Comment