ଓଡ଼ିଶାଲାଇଭ ବ୍ୟୁରୋodia jawan ajit sahoo

ଜମ୍ମୁ କଶ୍ମୀର ଅନନ୍ତନାଗରେ ସହିଦ ହୋଇଥିବା ଅଜିତ ସାହୁଙ୍କ ପାର୍ଥିବଶରୀର ଗୁରୁବାର ସକାଳେ ଢ଼େଙ୍କାନାଳରେ ପହଞ୍ଚିଛି। ଢ଼େଙ୍କାନାଳ ମିନି ଷ୍ଟାଡିୟମରେ ସହିଦ ଅଜିତଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଛି। ଏହାପରେ ତାଙ୍କ ଗାଁ କାମାକ୍ଷାନଗର ବଡ଼ସୁଆଁଳରେ ଏକ ବିଶାଳ ଶୋଭାଯାତ୍ରାର କାର୍ଯ୍ୟକ୍ରମ ରହିଛି। ତା’ପରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ତାଙ୍କର ଅନ୍ତିମ ସଂସ୍କାର ଅନୁଷ୍ଠିତ ହେବ।

ବୁଧବାର ମଧ୍ୟରାତ୍ରରେ  ସହିଦ ଅଜିତଙ୍କ ପାର୍ଥିବଶରୀର ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲା। ଏହାପରେ ସହିଦଙ୍କ ପାର୍ଥିବଶରୀରକୁ ୧୨୦ ବାଟାଲିୟାନକୁ ନିଆଯାଇଥିଲା। ସେଠାରେ ସେନା ପକ୍ଷରୁ ସହିଦଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା।

ରାଜ୍ୟପାଳ ଗଣେଶୀ ଲାଲଙ୍କ ସମେତ ବହୁ ବଶିଷ୍ଟ ବ୍ୟକ୍ତି ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ।

ସୋମବାର ଜମ୍ମୁ ଓ କଶ୍ମୀରରେ ଆାତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଥିଲେ। ୨୦୧୫ ମସିହାରେ ସେ ସେନାରେ ସାମିଲ ହୋଇଥିଲେ ।

Comment