ଓଡ଼ିଶାଲାଇଭ ବ୍ୟୁରୋ

ଶୁକ୍ରବାରଠାରୁ ରାଜ୍ୟର ସମସ୍ତ ସ୍କୁଲ ଖୋଲିବ। ପାଗ ପରିବର୍ତ୍ତନ ଯୋଗୁଁ ଶୁକ୍ରବାରଠାରୁ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି। ଖରା ଯୋଗୁଁ ଜୁନ୍୨୫ ତାରିଖ ଯାଏଁ ଛୁଟି ବଢ଼ାଇଥିଲେ ସରକାର। ଖରା କମିଯିବା ଯୋଗୁଁ ପୁଣି ନିଷ୍ପତ୍ତିରେ ପରିବର୍ତ୍ତନ ହୋଇଛି।

ସୂଚନା ମୁତାବକ, ଜୁନ ୧୮ରେ ଖାଛୁଟି ବଢ଼ିବନି ବୋଲି ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଥିଲେ। ହେଲେ ପରେ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇ କହିଥିଲେ ଯେ ଖରା ପାଇଁ ଜୁନ ୨୫ ଯାଏଁ ସ୍କୁଲ ବନ୍ଦ ରହିବ।

ଏବେ ପୁଣି ଏହି ନିଷ୍ପତ୍ତିରେ ପରିବର୍ତ୍ତନ ହୋଇଛି। ଏହି ନିଷ୍ପତ୍ତ ଅନୁସାରେ ଶୁକ୍ରବାରଠୁ ସ୍କୁଲ ଖୋଲିବ।

Comment