ଓଡ଼ିଶାଲାଇଭ ବ୍ୟୁରୋ

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ସଂସଦର ଯୁଗ୍ମ ଅଧିବଶେନକୁ ସମ୍ବୋଧିତ କରିଛନ୍ତି। ସଂସଦର ସେଣ୍ଟ୍ରାଲ ହଲରେ ରାଷ୍ଟ୍ରପତି ନିଜର ଅଭିଭାଷଣ ରଖିଛନ୍ତିା ସର୍ବପ୍ରଥମେ ରାଷ୍ଟ୍ରପତି ସଂସଦରେ ନବନିର୍ବାଚିତ ସାଂସଦଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

‘‘ଏଥର ସର୍ବାଧିକ ୭୮ ଜଣ ମହିଳା ସାଂସଦ ନିର୍ବାଚିତ ହୋଇଛନ୍ତି। ଏହା ଇତିହାସ ସୃଷ୍ଟି କରିଛି। ୨୦୧୪ ପୂର୍ବରୁ ଦେଶର ନୈରାଶ୍ୟଜନକ ପରିବେଶ ଥିଲା। ମୌଳିକ ସୁବଧା ପାଇଁ ଦେଶବାସୀ ଦୀର୍ଘଦିନ ଅପେକ୍ଷା କଲେ। ଏବେ ‘ସବକା ସାଥ୍ ସବକା ବିକାଶ’ ମନ୍ତ୍ରରେ ଦେଶକୁ ଆଗକୁ ବଢ଼ୁଛି’’, ଅଭିଭାଷଣରେ କହିଛନ୍ତି ରାଷ୍ଟ୍ରପତି।

ସେ ଆହୁରି କହିଛନ୍ତି,‘‘ବିନା ଭେଦଭାବରେ ବିକାଶ ପଥରେ ଅଗ୍ରସର ହେଉଛି ସରକାର। ସୁଦୃଢ଼ ରାଷ୍ଟ୍ର ନିର୍ମାଣ ଲାଗି ସରକାର ପ୍ରତିଶ୍ରୁତିବଦ୍ଧ। ୨୦୨୨ ସୁଦ୍ଧା ନୂଆ ଭାରତ ନିର୍ମାଣ ସରକାରଙ୍କ ଲକ୍ଷ୍ୟ।”

ମିଳିତ ଅଧିବେଶନରେ ଅଭିଭାଷଣ ରଖିବା ସହିତ ରାଷ୍ଟ୍ରପତି ସରକାରଙ୍କ ଆଗାମୀ କାର୍ଯ୍ୟକ୍ରମ ଏବଂ ଏଜେଣ୍ଡା ସମ୍ପର୍କରେ ସୂଚନା ଦେବେ। ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ଉଭୟ ଗୃହର କାର୍ଯ୍ୟ ଆରମ୍ଭ ହେବ। ଏଥିସହ ଆଜିଠାରୁ ରାଜ୍ୟସଭା ଅଧିବେଶନ ମଧ୍ୟ ଆରମ୍ଭ ହେବ। ଏହା ଜୁଲାଇ ୨୬ ତାରିଖ ଯାଏଁ ଚାଲିବ।

ଏହି ଅଧିବଶେନରେ ଉଭୟ ଲୋକସଭା ଓ ରାଜ୍ୟସଭାର ସାଂସଦମାନେ ଉପସ୍ଥିତ ରହିଛନ୍ତି।

Comment