ଓଡ଼ିଶାଲାଇଭ୍ ବ୍ୟୁରୋ

ଯୁକ୍ତ ୨ କଳା ଏବଂ ବାଣିଜ୍ୟର ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। ତେବେ ଗତବର୍ଷ ତୁଳନାରେ ଚଳିତ ବର୍ଷ ଉଭୟ କଳା ଏବଂ ବାଣିଜ୍ୟରେ ପାସ୍‌ ହାର କମିଛି।

ଗତ ବର୍ଷ କଳାରେ ପାସ୍‌ ହାର ୬୮.୭୯ ପ୍ରତିଶତ ଥିବାବେଳେ ଏଥର ୬୫.୮୯କୁ ଖସି ଆସିଛି। ସେହିପରି ବାଣିଜ୍ୟରେ ଗତ ବର୍ଷ ପାସ୍‌ ହାର ୭୪.୯୧ ଥିଲା। ଚଳିତ ବର୍ଷ ଏହା ୭୦.୨୬ ପ୍ରତିଶତକୁ ଖସି ଆସିଛି।

ଗତବର୍ଷ ତୁଳନାରେ ଚଳିତ ବର୍ଷ ପାସ୍ ହାର କାହିଁକି କମିଲା ତାର କାରଣ ଖୋଜା ଯିବ ବୋଲିଏ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶ କହିଛନ୍ତି।

ସେହିପରି ଚଳିତ ବର୍ଷ କଳାରେ ଦୁଇଟି କଲେଜରେ ପାସ୍‌ ହାର ସମ୍ପୂର୍ଣ୍ଣ ଶୂନ ରହିଥିବା ବେଳେ ବାଣିଜ୍ୟରେ ରେଜଲ୍ଟ ଆହୁରି ଖରାପ ହୋଇଛି। ବାଣିଜ୍ୟରେ ୪ଟି କଲେଜର ପିଲା ଆଦୌ ପାସ୍‌ କରିପାରି ନାହାନ୍ତି।

କଳାରେ ଖୋର୍ଦ୍ଧାର ଗୋଟିଏ କଲେଜ ଏବଂ ଯାଜପୁରର ଗୋଟିଏ କଲେଜର ରେଜଲ୍ଟ ଶୂନ ରହିଛି।

Comment