ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ବିଜୁ ଜନତା ଦଳ ରାଜ୍ୟସଭା ଉପ-ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଡକ୍ଟର ସସ୍ମିତ ପାତ୍ର, ଅମର ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛି ବିଜେଡି।

ସସ୍ମିତ ପାତ୍ର ବିଜେଡିର ମୁଖପାତ୍ର ଥିବା ବେଳେ ଅମର ପଟ୍ଟନାୟକ ବିଜେଡି ଆଇଟି ସେଲ୍ ଅଧ୍ୟକ୍ଷ ଅଛନ୍ତି। ସେହିପରି ପୂର୍ବତନ ଆଇଏଏସ୍ ଅଫିସର ତଥା ଅଟଳବିହାରୀ ବାଜପେୟୀଙ୍କ ବ୍ୟକ୍ତିଗତ ସଚିବ ଥିବା ଅଶ୍ୱିନୀ ବୈଷ୍ଣବଙ୍କୁ ପ୍ରାର୍ଥୀ କରିଛି ବିଜେପି। ଅଶ୍ୱିନୀଙ୍କୁ ବିଜେଡି ସମର୍ଥନ କରୁଛି।

ଡକ୍ଟର ଅଚ୍ୟୁତ ସାମନ୍ତ ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ପ୍ରତାପକେଶରୀ ଦେବ ଗତ ନିର୍ବାଚନରେ ବିଜେଡିରୁ ପ୍ରାର୍ଥୀ ହୋଇଥିଲେ। ଏମାନେ ରାଜ୍ୟସଭା ସାଂସଦ ଥିଲେ। ଅଚ୍ୟୁତ ସାମନ୍ତ କନ୍ଧମାଳ ଲୋକସଭା ଆସନ, ସୌମ୍ୟରଞ୍ଜନ ଖଣ୍ହପଡ଼ା ବିଧାନସଭା ଆସନ ଏବଂ ପ୍ରତାପ ଦେବ ଆଳିରୁ ବିଧାୟକ ଭାବେ ନିର୍ବାଚିତ ହେବା ପରେ ରାଜ୍ୟସଭା ସାଂସଦ ପଦବୀରୁ ଇସ୍ତଫା ଦେଇଥିଲେ। ଏହି ତିନି ଆସନ ପାଇଁ ଜୁଲାଇ ୫ରେ ନିର୍ବାଚନ ହେବ।

Comment