ଓଡ଼ିଶାଲାଇଭ୍ ବ୍ୟୁରୋ

ପଢ଼ନ୍ତୁ ଦିନ ତମାମର ପ୍ରମୁଖ ଖବର

ରାଜନୀତିରେ ନୂଆ ଅଧ୍ୟାୟ – ରାଜ୍ୟସଭାରେ ବିଜେପିକୁ ବାଟ ଛାଡ଼ିଲା ବିଜେଡି

ବିଜେଡି-ବିଜେପି ସମ୍ପର୍କରେ ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି। ସାଧାରଣ ନିର୍ବାଚନ ପୂର୍ବରୁ ଏହି ଦୁଇ ଦଳ ଭିତରେ ଯେଉଁ ସମ୍ପର୍କ ଥିଲା ତାହା ନିର୍ବାଚନ ପରେ ସମ୍ପୂର୍ଣ୍ଣ ବଦଳି ଯାଇଛି। ଏହାର ସଦ୍ୟତମ ଉଦାହରଣ ହେଉଛି ରାଜ୍ୟସଭା ଉପ-ନିର୍ବାଚନରେ ପ୍ରାର୍ଥୀ ଦେବା ଘଟଣା।

IAS ଏବଂ OAS ସ୍ତରରେ ବଡ଼ ଧରଣର ଅଦଳବଦଳି – ବଦଳିଲେ ୯ଟି ଜିଲ୍ଲାର ଜିଲ୍ଲାପାଳ

ରାଜ୍ୟ ସରକାର ଶୁକ୍ରବାର ଆଇଏଏସ୍‌ ଏବଂ ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ଏଥିରେ ୩୨ ଜଣ ବରିଷ୍ଠ ଅଧିକାରୀଙ୍କ ବିଭାଗ ଓ ପଦବୀରେ ପରିବର୍ତ୍ତନ ହୋଇଛି। ଏମାନଙ୍କ ମଧ୍ୟରୁ ୯ ଜିଲ୍ଲାର ଜିଲ୍ଲାପାଳ ମଧ୍ୟ ବଦଳି ହୋଇଛନ୍ତି। ଏହି ଅଦଳବଦଳ ପ୍ରକ୍ରିୟାରେ ଭୁବନେଶ୍ୱର ମୁନିସିପାଲ କର୍ପୋରେସନର ନୂଆ କମିଶନର ହୋଇଛନ୍ତି ପ୍ରେମ ଚନ୍ଦ୍ର ଚୌଧୁରୀ।

ଓଡ଼ିଶାରେ ବଢ଼ିଲା ୧୦୦ ମେଡିକାଲ ସିଟ୍‌

ମେଡିକାଲ ପଢ଼ିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଓଡ଼ିଶାରେ ୧୦୦ଟି ମେଡିକାଲ ସିଟ୍‌ ବଢ଼ିଲା। ଏନେଇ ମେଡିକାଲ କାଉଁସିଲ ଅଫ୍‌ ଇଣ୍ଡିଆ(MCI) ଅନୁମତି ଦେଇଛି। ତେବେ କେବଳ ଅର୍ଥନୈତିକ ଅନଗ୍ରସର(EWS) ପିଲାଙ୍କ ନାମଲେଖା ପାଇଁ ସିଟ୍‌ ବଢ଼ିଥିବା ସୂଚନା ମିଳିଛି।

ତିନି ରାଜ୍ୟସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି

ବିଜୁ ଜନତା ଦଳ ରାଜ୍ୟସଭା ଉପ-ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଡକ୍ଟର ସସ୍ମିତ ପାତ୍ର, ଅମର ପଟ୍ଟନାୟକ ଏବଂ ଅଶ୍ୱିନୀ ବୈଷ୍ଣବଙ୍କୁ ପ୍ରାର୍ଥୀ କରିଛି ବିଜେଡି। ସସ୍ମିତ ପାତ୍ର ବିଜେଡିର ମୁଖପାତ୍ର ଥିବା ବେଳେ ଅମର ପଟ୍ଟନାୟକ ବିଜେଡି ଆଇଟି ସେଲ୍ ଅଧ୍ୟକ୍ଷ ଅଛନ୍ତି। ସେହିପରି ଅଶ୍ୱିନୀ ବୈଷ୍ଣବ ପୂର୍ବତନ ଆଇଏଏସ୍ ଅଫିସର ଥିଲେ ଏବଂ ଅଟଳ ବିହାରୀ ବାଜପେୟ ପ୍ରଧାନମନ୍ତ୍ରୀ ଥିବା ବେଳେ ସେ ତାଙ୍କ ବ୍ୟକ୍ତିଗତ ସଚିବ ଥିଲେ।

ଯୁକ୍ତ ୨ ରେଜଲ୍ଟ – କଳାରେ ୬୫.୮୯, ବାଣିଜ୍ୟରେ ୭୦.୨୬ ପ୍ରତିଶତ ପାସ୍ ହାର

ପ୍ରକାଶ ପାଇଲା ଯୁକ୍ତ ୨ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ। ଭୁବନେଶ୍ୱରସ୍ଥିତ ଜୟଦେବ ଭବନର ଗୀତଗୋବିନ୍ଦ ସଦନରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପରୀକ୍ଷା ଫଳ ଘୋଷଣା କରିଛନ୍ତି।

ଜାପାନ ଯିବେ ପ୍ରଧାନମନ୍ତ୍ରୀ ମୋଦି : ଜି-୨୦ ସମ୍ମିଳନୀରେ ଯୋଗ ଦେବେ

ଜାପାନ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜୁନ ୨୭ ରୁ ୨୯ ତାରିଖ ମଧ୍ୟରେ ଜାପାନର ଓସାକାଠାରେ ଅନୁଷ୍ଠିତ ହେବାକୁ ଥିବା ଜି-୨୦ ସମ୍ମିଳନୀରେ ଯୋଗ ଦେବେ। ଏନେଇ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

କୋରାପୁଟରେ ବନ୍ଦ ହେବ ୯୦ଟି ବିଦ୍ୟାଳୟ

୧୦ ଜଣରୁ କମ୍  ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟଗୁଡ଼ିକୁ ବନ୍ଦ କରିବାକୁ ୨୦୧୭ରେ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ଅନୁଯାୟୀ କୋରାପୁଟ ଜିଲ୍ଲାରେ ୯୦ଟି  ପ୍ରାଥମିକ ସ୍କୁଲକୁ ବନ୍ଦ କରିବାକୁ ଜିଲ୍ଲା ଶିକ୍ଷାଧିକାରୀ ନିଷ୍ପତ୍ତି ନେଇଛନ୍ତି।୨୦୧୯-୨୦ ଆର୍ଥିକ ବର୍ଷରୁ ଏହି ୯୦ଟି ପ୍ରାଥମିକ ବିଦ୍ୟାଳୟ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି।

ଲୋକସଭାରେ ଆଗତ ହେଲା ତିନ୍ ତଲାକ୍ ବିଲ୍

ଲୋକସଭାରେ ପୁଣି ଥରେ ଆଗତ ହେଲା ‘ତିନ୍ ତଲାକ୍‌ ବିଲ’। କେନ୍ଦ୍ରରେ ନୂତନ ସରକାର ଗଢ଼ିବା ପରେ  ‘ତିନ୍ ତଲାକ୍‌ ବିଲ’ ବିଲକୁ ନୂଆ ରୁପରେ ପୁଣିଥରେ ଆଗତ କରିଛି ମୋଦି ମନ୍ତ୍ରୀମଣ୍ଡଳ। ସରକାର ଗଢ଼ିବା ପରେ ଏହା ହେଉଛି ଏନ୍‌ଡିଏ ସରକାରଙ୍କ ପ୍ରଥମ ବିଲ୍‌। ଗୃହରେ ବିରୋଧୀଙ୍କ ହୋ-ହଲ୍ଲା ଭିତରେ ଶୁକ୍ରବାର ଆଇନ୍‌ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଲୋକସଭାରେ ‘ଟ୍ରିପଲ୍‌ ତଲାକ୍‌ ବିଲ’ ଆଗତ କରିଛନ୍ତି।

ଓଡ଼ିଶା ଛୁଇଁଲା ମୌସୁମୀ

ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ୭୨ ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ ମୌସୁମୀ ବର୍ଷା ହେବ। ଏନେଇ ଭାରତୀୟ ପାଣିପାଗ ବିଭାଗର (ଆଇଏମଡି) ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ଅନ୍ୟପଟେ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି। ଯାହାଫଳରେ ଗୁରୁବାରଠାରୁ ରାଜ୍ୟରେ ବର୍ଷା ଲାଗି ରହିଛି।

ଆଜି ବିଶ୍ୱବ୍ୟାପି ପାଳିତ ହେଉଛି ଯୋଗ ଦିବସ

ଯୋଗ କରିବା ଦ୍ୱାରା ଶରୀର ଓ ମନର ସର୍ବୋତ୍ତମ ସ୍ୱାସ୍ଥ୍ୟରକ୍ଷା ଯେ ସମ୍ଭବ। ସେଥିଲାଗି ବିଶ୍ୱବ୍ୟାପି ଲୋକ ଏବେ  ସୁସ୍ଥ ରହିବା ପାଇଁ ଯୋଗକୁ ଆପଣେଇ ନେଇଛନ୍ତି। ଏହା ଭାରତର ପ୍ରାଚୀନ ସଂସ୍କୃତିର ଏକ ଅମୂଲ୍ୟ ଉପହାର। ଏହା ମନ ଏବଂ ଶରୀରକୁ ସଂଯୋଗ କରିଥାଏ। ଯୋଗ କରିବା ଦ୍ୱାରା ଚିନ୍ତା, କ୍ରିୟା, ସଂଯମ ଏବଂ ପୂର୍ଣ୍ଣତା ଆଣିବା ଲାଗି ଏକ ସିଦ୍ଧ ଉପଚାର।

ଆଜି ପ୍ରକାଶ ପାଇବ ଯୁକ୍ତ ୨ କଳା-ବାଣିଜ୍ୟ ରେଜଲ୍ଟ

ପ୍ରକାଶ ପାଇବ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ୨ କଳା-ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବିଭାଗର ରେଜଲ୍ଟ। ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ ଥିବା ଗୀତଗୋବିନ୍ଦ ସଦନରେ ଆଜି ଅପରାହ୍ଣ ୩ଟା ୩୦ରେ ପୁସ୍ତିକା ଉନ୍ମୋଚନ କରାଯିବ।

ଧର୍ମ ଓ ଜାତିର ଉର୍ଦ୍ଧ୍ୱରେ ଯୋଗ – ନରେନ୍ଦ୍ର ମୋଦି

ପଞ୍ଚମ ଅନ୍ତର୍ଜାତୀୟ ଯୋଗ ଦିବସରେ ସାରା ଦେଶ ଯୋଗ ସହ ଯୋଡ଼ି ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଯୋଗ ଦିବସର ଅଭିନନ୍ଦନ ଜଣାଇଛନ୍ତି। ମୋଦି ରାଞ୍ଚିର ପ୍ରଭାତ ତାରା ପଡ଼ିଆରେ ଯୋଗ ଅଭ୍ୟାସ କରିଛନ୍ତି। ପ୍ରାୟ ୪୦,୦୦୦ ଲୋକଙ୍କ ସହ ଯୋଗ କରିଛନ୍ତି ମୋଦି। ସେ କହିଛନ୍ତି, ‘‘ଯୋଗ ଧର୍ମ ଓ ଜାତିର ଉର୍ଦ୍ଧରେ। ଏହାକୁ ଲୋକମାନେ ତାଙ୍କ ଜୀବନର ଅଭିନ୍ନ ଅଙ୍ଗ ଭାବେ କରିବା ଆବଶ୍ୟକ। ଏହା ଦ୍ଵାରା ଆମେ ଗମ୍ଭିର ରୋଗରୁ ମୁକ୍ତ ହୋଇପାରିବା। ସମସ୍ତ ଲୋକ ଭାରତର ଏହି ପୁରାତନ ପ୍ରଥାକୁ ଅଭ୍ୟାସ କରିବା ଆବଶ୍ୟକ।’’

ଆଜି ଓଡ଼ିଶା ଛୁଇଁବ ମୌସୁମୀ!

ଆଜି ଓଡ଼ିଶା ଛୁଇଁବ ମୌସୁମୀ। ଓଡ଼ିଶା ନିକଟତର ହେଉଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।

Comment