ଓଡ଼ିଶାଲାଇଭ୍ ବ୍ୟୁରୋ

ପଞ୍ଚମ ଅନ୍ତର୍ଜାତୀୟ ଯୋଗ ଦିବସରେ ସାରା ଦେଶ ଯୋଗ ସହ ଯୋଡ଼ି ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଯୋଗ ଦିବସର ଅଭିନନ୍ଦନ ଜଣାଇଛନ୍ତି। ମୋଦି ରାଞ୍ଚିର ପ୍ରଭାତ ତାରା ପଡ଼ିଆରେ ଯୋଗ ଅଭ୍ୟାସ କରିଛନ୍ତି। ପ୍ରାୟ ୪୦,୦୦୦ ଲୋକଙ୍କ ସହ ଯୋଗ କରିଛନ୍ତି ମୋଦି।

ସେ କହିଛନ୍ତି, ‘‘ଯୋଗ ଧର୍ମ ଓ ଜାତିର ଉର୍ଦ୍ଧରେ। ଏହାକୁ ଲୋକମାନେ ତାଙ୍କ ଜୀବନର ଅଭିନ୍ନ ଅଙ୍ଗ ଭାବେ କରିବା ଆବଶ୍ୟକ। ଏହା ଦ୍ଵାରା ଆମେ ଗମ୍ଭିର ରୋଗରୁ ମୁକ୍ତ ହୋଇପାରିବା। ସମସ୍ତ ଲୋକ ଭାରତର ଏହି ପୁରାତନ ପ୍ରଥାକୁ ଅଭ୍ୟାସ କରିବା ଆବଶ୍ୟକ।’’

ରାଞ୍ଚିରେ ଅନୁଷ୍ଠିତ ଯୋଗ ଦିବସରେ ସାମିଲ ହେବା ପାଇଁ ଗୁରୁବାର ରାତିରେ ପ୍ରଧାନମନ୍ତ୍ରୀ ମୋଦି ରାଞ୍ଚିରେ ପହଞ୍ଚିଥିଲେ। ଆଜି ସକାଳେ ମୋଦି ୪୦,୦୦୦ ଲୋକଙ୍କ ସହ ଯୋଗ କରିଥିଲେ। ଲୋକମାନେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଯୋଗ କରିବାକୁ ଉତ୍ସାହିତ ରହିଥିଲେ।

୨୦୧୫ ମସିହା ଜୁନ୍‌ ୨୧ ତାରିଖ ଦିନ ବିଶ୍ୱରେ ପ୍ରଥମ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଇଥିଲା।

ପୂର୍ବରୁ ପ୍ରଧାନମନ୍ତ୍ରୀ ଯୋଗ ଦିବସ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଯୋଗଦାନ କରିଛନ୍ତି। ୨୦୧୫ରେ ନୂଆଦିଲ୍ଲୀର ରାଜପଥ, ୨୦୧୬ରେ ଚଣ୍ଡିଗଡର କ୍ୟାପିଟଲ କମ୍ପ୍ଲେକ୍ସ ଏବଂ ୨୦୧୭ରେ ଲକ୍ଷ୍ନୌର ରମାବାଇ ଆମ୍ବେଦକର ସଭାସ୍ଥଳ, ୨୦୧୮ରେ ଡେରାଡୁନରେ ଆୟୋଜିତ ଆନ୍ତର୍ଜାତିକ ଯୋଗ ଦିବସରେ ପ୍ରଧାନମନ୍ତ୍ରୀ ସାମିଲ ହୋଇଥିଲେ।

Comment