ଓଡ଼ିଶାଲାଇଭ ବ୍ୟୁରୋ

କେନ୍ଦ୍ରାପଡ଼ାରେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା। ଦୁର୍ଘଟଣାରେ ଜଣେ ମହିଳା ଓ ତାଙ୍କ ନବଜାତ ଶିଶୁ କନ୍ୟାର ମୃତ୍ୟୁ ଘଟିଛି। ଏଥିରେ ମୃତ ମହିଳାଙ୍କ ସ୍ୱାମୀ, ବଡ଼ ଯା‘ ଆଶାକର୍ମୀ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ମୃତ ମହିଳାଙ୍କ ନାଁ ମାମୁନି ମଲ୍ଲିକ। ଖବର ଅନୁସାରେ ଶୁକ୍ରବାର ରାତିରେ ମାମୁନି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ।

ଆଜି ସକାଳୁ ଏକ ଅଟୋରେ ନବଜାତ ଶିଶୁ ସହ ପରିବାର ଘରକୁ ଫେରୁଥିଲେ। ଫେରିବା ବାଟରେ କେନ୍ଦ୍ରାପଡ଼ା ଜିଲ୍ଲା ଖମାରପଡ଼ା ନିକଟରେ  ଏକ ଟ୍ରକ ଅଟୋକୁ ଧକ୍କା ଦେଇଥିଲା। ଫଳରେ ଉଭୟ ମା’ ଛୁଆଙ୍କର ମୃତ୍ୟୁ ଘଟିଛି।

Comment