ଓଡ଼ିଶାଲାଇଭ ବ୍ୟୁରୋ

ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୩ଟି ଚିଠି ଲେଖିଛନ୍ତି। ଚିଠିରେ ସେ ବିଭିନ୍ନ ପ୍ରସଙ୍ଗ ରଖିଛନ୍ତି। ସେଥିରେ ୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ରହିଛି।

ପ୍ରଥମ ଚିଠିରେ ପ୍ରଥମେ ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା ବୃଦ୍ଧି କରିବାକୁ ଜଷ୍ଟିସ ଗୋଗୋଇ ଲେଖିଛନ୍ତି। ଦେଶର ତମାମ କୋର୍ଟରେ ୪୩ ଲକ୍ଷ ମାମଲା ପଡ଼ି ରହିଛି। ବିଚାରପତିଙ୍କ ସଂଖ୍ୟା କମ୍ ଥବାରୁ ଏହି ମାମଲାର ଶୁଣାଣି ହୋଇ ପାରୁନାହିଁ ବୋଲି ମୁଖ୍ୟ ବଚାରପତି ଚିଠିରେ ଲେଖିଛନ୍ତି।

ଦ୍ୱିତୀୟ ଚିଠିରେ ବିଚାରପତିଙ୍କ ସଂଖ୍ୟା ବୃଦ୍ଧି କରିବା ସହିତ ହାଇକୋର୍ଟ ବିଚାରପତିଙ୍କ ଅବସର ବୟସସୀମା ବୃଦ୍ଧି କରିବାକୁ ସେ ଅନୁରୋଧ କରିଛନ୍ତି।

ତୃତୀୟ ଚିଠିରେ ସମ୍ବିଧାନର କିଛି ଅନୁଚ୍ଛେଦରେ ସଂଶୋଧନ କରିବାକୁ ଅନୁରୋଧ କରିଛନ୍ତି।

ଏବେ ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୩୨ ରହିଛି। ଏହି ସଂଖ୍ୟା ବୃଦ୍ଧି କରିବାକୁ ଜଷ୍ଟିସ ଗୋଗୋଇ ଅନୁରୋଧ କରିଛନ୍ତି। ସେହିପରି ଏବେ ହାଇକୋର୍ଟ ବିଚାରପତିଙ୍କ ବୟସସୀମା ୬୨ ରହିଛି। ଏହାକୁ ବୃଦ୍ଧି କରି ୬୫ କରିବାକୁ ସେ ଚିଠିରେ ଲେଖିଛନ୍ତି।

Comment