ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରତିବର୍ଷ ନଭେମ୍ବର ମାସରେ ଲାଇଫ୍ ସାର୍ଟିଫିକେଟ ବା ଜୀବନ ପ୍ରମାଣପତ୍ର ଦାଖଲ କରିବା ପାଇଁ ବୟସ୍କ ପେନ୍‌ସନ୍‌ଭୋଗୀମାନେ ଅସୁବିଧାର ସମ୍ମୁଖିନ ହେଉଥିଲେ। ବ୍ୟାଙ୍କ ସାମ୍ନାରେ ଲମ୍ବା ସମୟ ଧରି ଛିଡ଼ା ବେହକୁ ପଡୁଥିଲା।

ଏହିସବୁ ସମସ୍ୟାକୁ ଦୃଷ୍ଟିରେ ରଖି ସାଧାରଣ ଅଭିଯୋଗ ଓ ପେନସନ ପ୍ରଶାସନ ପକ୍ଷରୁ ନୂଆ ପଦକ୍ଷେପ ନିଆଯାଇଛି। ଘରେ ଥାଇ ପେନସନ ଉପଭୋକ୍ତା ଡିଜିଟାଲ ଲାଇଫ୍ ସାର୍ଟିଫିକେଟ ପାଇପାରିବେ।

ଏହି ପଦକ୍ଷେପ ୮ଟି ସହରରେ ପାଲଇଟ ମୋଡରେ ଆରମ୍ଭ କରାଯାଇଥିଲା। ଚଳିତ ବର୍ଷ ଏହି ସୁବିଧା ୮ରୁ ୮୦ଟି ସହରକୁ ସଂପ୍ରସାରିତ କରିବାକୁ ଲକ୍ଷ୍ୟ ରହିଛି। ଏହି ଅତିରିକ୍ତ ସହ ମଧ୍ୟରେ ଭୁବନେଶ୍ୱର, କଟକ, ବାଲେଶ୍ୱର ରହିଛି।

ଏହାସହ ପେନସନ ଉପଭୋକ୍ତାଙ୍କ ଜୀବନକୁ ସହଜ କରିବା ଲାଗି ପେନସନ ଓ ପେନସନଭୋଗୀ କଲ୍ୟାଣ ବିଭାଗ ପକ୍ଷରୁ ଏକ ସମନ୍ୱିତ ଅଭିଯୋଗ କେନ୍ଦ୍ର ଓ କଲ ସେଣ୍ଟର ପ୍ରତିଷ୍ଠା କରାଯାଇଛି। ସାଧାରଣ ଅଭିଯୋଗ ଓ ପେନସନ ପ୍ରଶାସନ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଏହାକୁ ଉଦଘଟେନ କରିଛନ୍ତି। ନୂଆ ସରକାର ଗଠନ ହେବା ପରେ ବିଭାଗ ପକ୍ଷରୁ କରାଯାଇଥିବା ବଡ ଘୋଷଣାଗୁଡିକ ମଧ୍ୟରୁ ଏହା ଅନ୍ୟତମ ବୋଲି କହିଛନ୍ତି ଜିତେନ୍ଦ୍ର ସିଂ।

Comment