ଓଡ଼ିଶାଲାଇଭ ବ୍ୟୁରୋ

ବିହାରରେ ଏକ୍ୟୁଟ ଏନସେଫାଲିଟିସ ସିନଡ୍ରୋମରେ ଆକ୍ରାନ୍ତ ହୋଇ ଶିଶୁ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଏହି ମୃତ୍ୟୁ ସଂଖ୍ୟା ୧୫୦ ପରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ କେବଳ ମୁଜାଫରପୁରରେ ମୃତ୍ୟୁ ସଂଖ୍ୟା ୧୨୪।

ହସ୍ପିଟାଲରେ ଏବେବି ୫୦୦ରୁ ଅଧିକ ଶିଶୁ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି।  ଶିଶୁ ମୃତ୍ୟୁ ନେଇ ବିହାରରେ ଉତ୍ତେଜନା ମଧ୍ୟ ଦେଖାଯାଇଛି।

ଶିଶୁଙ୍କ ମୃତ୍ୟୁକୁ ସାଧାରଣ ଲୋକଙ୍କ ଟାର୍ଗେଟରେ ନୀତିଶ ସରକାର ରହିଛି। ଦିନକୁ ଦିନ ଶିଶୁ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଥିଲା ବେଳେ ସମାଧାନର କିଛି ବାଟ ମିଳି ପାରିନି।

ଅନ୍ୟପକ୍ଷରେ ରୋଗରୁ ବର୍ତିବା ପାଇଁ କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ନିତ୍ୟାନନ୍ଦ ରାୟ ବିହାରର ସମସ୍ତ ୧୭ ବିଜେପି ସାଂସଦଙ୍କ ଦ୍ୱାରା ନିଜ ନିଜ ନିର୍ବାଚନୀ କ୍ଷେତ୍ର ପାଇଁ ୨୫-୨୫ ଲକ୍ଷ ଦାନ କରିବା ପାଇଁ ଘୋଷଣା କରିଛନ୍ତି।

Comment