ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ରିଲିଜ ହେବାର ଗୋଟିଏ ଦିନରେ ହିଁ ଅନେକ ରେକର୍ଡ ଭାଙ୍ଗିଛି ଶାହିଦ କପୁର କିଆରା ଆଡଭାନୀଙ୍କ ଅଭିନୀତ ଫିଲ୍ମ କବୀର ସିଂ। ଏଥିରେ ଶାହିଦ ଓ କିଆରାଙ୍କ ଦମଦାର ଅଭିନୟ ଦେଖିବାକୁ ମିଳିଛି। ଫିଲ୍ମରେ ଶାହିଦ ଓ କିଆରାଙ୍କ ବ୍ୟତୀତ ଆଉ ଜଣେ ଲୋକପ୍ରିୟ ଅଭିନେତ୍ରୀଙ୍କୁ ମଧ୍ୟ ଦେଖିବାକୁ ମିଳିଛି।

ଏହି ଅଭିନେତ୍ରୀ ଜଣକ ଟିଭି ସିରିଏଲରେ ଅଭିନୟ କରି ଢ଼େର ଲୋକପ୍ରିୟତା ହାସଲ କରିଛନ୍ତି। ଏହି ଲୋକପ୍ରିୟ ହିରୋଇନ ଜଣକ ହେଲେ ନିକିତା ଦତ୍ତ।  ଫିଲ୍ମ କବୀର ସିଂହରେ ନିକିତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଦେଖିବାକୁ ମିଳିଛି।

ସିରିଏଲରୁ ବଲିଉଡ ଏଣ୍ଟ୍ରି ନେଇ ନିକିତା କହନ୍ତି,‘‘ ବଲିଉଡ ଯିବାକୁ କିଛି ଯୋଜନା ନଥିଲା। ସୁଯୋଗ ମିଳିଲା ତ ବଲିଉଡରେ ଏଣ୍ଟ୍ରି କଲି।’’

୨୬ ବର୍ଷୀୟା ନିକିତା ‘ଏକ ଦୁଜେ କେ ବାସ୍ତେ’, ‘ହାସିଲ’, ‘ଲାଲ ଇଶ୍କ’ ଭଳି ଟିଭି ସିରିଏଲରେ କାମ କରି ସାରିଛନ୍ତି।  କବୀର ସିଂ ପୂର୍ବରୁ ଅକ୍ଷୟ କୁମାରଙ୍କ ଫିଲ୍ମ ଗୋଲ୍ଡରେ ବି ନଜର ଆସିଥିଲେ। କବୀର ସିଂହରେ ନିକିତା ଜିୟା ଶର୍ମା ଭୂମିକାରେ ଅଭିନୟ କରିଛନ୍ତି।

Comment