ଓଡ଼ିଶାଲାଇଭ୍ ବ୍ୟୁରୋ

tribal

ପିଲାଙ୍କ ଯାତାୟତ ଖର୍ଚ୍ଚ ବହନ କରିବେ ସରକାର।

ଏଣିକି ସ୍କୁଲ ଯିବାକୁ ମିଳିବ ଯାତାୟତ ଖର୍ଚ୍ଚ। ଏନେଇ ଗଣଶିକ୍ଷା ବିଭାଗ ସୂଚନା ଦେଇଛନ୍ତି। ୧୦ଜଣରୁ କମ୍ ଥିବା ଛାତ୍ରଛାତ୍ରୀ ବିଶିଷ୍ଟ ସ୍କୁଲକୁ ବନ୍ଦ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ସାରା ରାଜ୍ୟରେ ୧୦ଜଣ ଛାତ୍ରଛାତ୍ରୀରୁ କମ୍ ଥିବା ଏଭଳି ସ୍କୁଲ ମୋଟ୍ ୯୬୬ଟି ଚିହ୍ନଟ କରାଯାଇଛି।

ବନ୍ଦ ହେଉଥିବା ସ୍କୁଲର ଛାତ୍ରଛାତ୍ରୀମାନେ ନିକଟସ୍ଥ ସ୍କୁଲରେ ପାଠ ପଢ଼ିବାକୁ ଯିବେ।

ଏହି ଛାତ୍ରଛାତ୍ରୀ ପଢ଼ିବାକୁ ଯାଉଥିବା ସ୍କୁଲ ୧ କିଲୋମିଟରରୁ ଅଧିକ ଦୂର ହୋଇଥିଲେ ଯାତାୟତ ଖର୍ଚ୍ଚ ଦେବେ ରାଜ୍ୟ ସରକାର।

୭୫ ପ୍ରତିଶତରୁ ଅଧିକ ଉପସ୍ଥାନ ଥିଲେ ମାସକୁ ୬ଶହ ଟଙ୍କା ମିଳିବ। ଏବଂ ବାର୍ଷିକ ୬ ହଜାର ଟଙ୍କା ଦିଆଯିବ। ସେହିପରି ୫୦ପ୍ରତିଶତରୁ ୭୫ ଉପସ୍ଥାନ ପାଇଁ ମାସକୁ ୪ ଶହ, ବାର୍ଷିକ ୪ ହଜାର ଟଙ୍କା ଦିଆଯିବ।

୩୦ ପ୍ରତିଶତରୁ ୫୦ ପ୍ରତିଶତ ଉପସ୍ଥାନ ପାଇଁ ମାସିକ ୩ ଶହ ଓ ବାର୍ଷିକ ୩ ହଜାର ଖର୍ଚ୍ଚ ମିଳିବ। ୩୦ ପ୍ରତିଶତରୁ କମ୍ ଉପସ୍ଥାନ ଥିଲେ ଯାତାୟତ ଖର୍ଚ୍ଚ ମିଳିବ ନାହିଁ।

ଏହି ଯାତାୟାତ ଖର୍ଚ୍ଚ ଅଭିଭାବକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ।

Comment