ଓଡ଼ିଶାଲାଇଭ୍‌ ବ୍ୟୁରୋ

ଘୋଷଣା ହେବ ବିରୋଧୀ ଦଳ ନେତା। ଏଥିପାଇଁ ରବିବାର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଜେପି ବିଧାୟକ ଦଳ ବୈଠକ ବସିବ। ଏହି ବୈଠକରେ ବିରୋଧୀଦଳ ନେତା କିଏ ହେବ, ସେନେଇ ସ୍ଥିର କରାଯିବ। ଏହି ବୈଠକର ପର୍ଯ୍ୟବେକ୍ଷକ ଭାବେ କେନ୍ଦ୍ରୀୟ ବିଜେପି ସଂପାଦକ ସରୋଜ ପାଣ୍ଡେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଏହି ବୈଠକରେ ରାଜ୍ୟ ବିଜେପି ପ୍ରଭାରୀ ଅରୁଣ ସିଂହ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେବେ। ବୈଠକରେ ବିରୋଧୀଦଳ ନେତା ଚୟନ ହେବା ସହିତ ବିଧାନସଭା ହେବାକୁ ଥିବା ଆସନ୍ତା ବଜେଟ୍‌ ଅଧିବେସନରେ ଗୃହରେ ସରକାରଙ୍କୁ କିଭଳି ଘେରିବେ ସେ ନେଇ ରଣନୀତି ପ୍ରସ୍ତୁତ କରାଯିବ।

ଅନ୍ୟପକ୍ଷରେ ଆଜି ବିଜେଡି ମଧ୍ୟ ତା’ର ନବ ନିର୍ବାଚିତ ବିଧାୟକଙ୍କୁ ନେଇ ବିଧାୟକ ଦଳ ବୈଠକ ଡାକିଛି। ଆସନ୍ତା ୨୫ ତାରିଖରେ ରାଜ୍ୟରେ ବିଧାନସଭା ବଜେଟ୍‌ ଅଧିବେସନ ଆରମ୍ଭ ହେବ। ତେବେ ଅଧିବେସନରେ ବିରୋଧୀଙ୍କୁ କିଭଳି ସାମ୍ନା କରାଯିବ, ସେନେଇ ଆଜି ବୈଠକରେ ଆଲୋଚନା କରାଯିବ। ରାଜ୍ୟ ବିଜେଡି କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ।

Comment