ଓଡ଼ିଶାଲାଇଭ୍‌ ବ୍ୟୁରୋ

ବୈଠକ ସରିଲା ହେଲେ ହୋଇପାରିଲାନି ନିଷ୍ପତ୍ତି। ଆଜି ଦଳୀୟ କାର୍ଯ୍ୟାଳୟରେ ବିଜେପି ବିରୋଧି ଦଳ ନେତା ଚୟନ ପାଇଁ ୨ ଘଣ୍ଟାର କସରତ ହୋଇଥିଲା। ଶେଷରେ ନିଷ୍ପତ୍ତି ହୋଇନପାରି ବିଧାୟକଙ୍କ ତାଲିକା ଦିଲ୍ଲୀ ପଠାଯାଇଛି। ବର୍ତ୍ତମାନ ବିଜେପି ଅଧ୍ୟକ୍ଷ ଅମିତ ଶାହା ଯାହାକୁ ମୋହର ମାରିବେ ସେ ହିଁ ହେବେ ବିରୋଧି ଦଳର ନେତା। ସମସ୍ତ ବିଧାୟକ ଏହାକୁ ସମର୍ଥନ କରିବେ ବୋଲି ବୈଠକ ପରେ କହିଛନ୍ତି ବିଜେପି ବିଧାୟକ ବିଷ୍ଣୁଚରଣ ସେଠୀ।

ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ପ୍ରଭାରୀ ଅରୁଣ ସିଂ, କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ସରୋଜ ପାଣ୍ଡେ, ବିଜେପି ରାଷ୍ଟ୍ରିୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ, ବିଜେପି ମୁଖପାତ୍ର ସମ୍ବିତ ପାତ୍ର, ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ଆଦି ଉପସ୍ଥିତ ଥିଲେ।

ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ଆସନ୍ତା ୨୫ ତାରିଖରେ ହେବାକୁଥିବା ବଜେଟ ଅଧିବେଶନ ପୂର୍ବରୁ ହିଁ ବିରୋଧି ଦଳର ନେତା ଚୟନ କରାଯିବ। ଏଥିପାଇଁ ଅମିତ ଶାହାଙ୍କ ଉପରେ ଏହି ଗୁରୁଦାୟିତ୍ଵ ରହିଛି ବୋଲି କହିଛନ୍ତି ବିଷ୍ଣୁଚରଣ ସେଠୀ।

ଅନ୍ୟପକ୍ଷରେ ମୁଖ୍ୟ ବିରୋଧୀ ଦଳ ଭାବେ ଓଡିଶାର ସମସ୍ତ ସମସ୍ୟାକୁ ନେଇ ବିଜେପି ବିଧାନସଭା ଅଧିବେସନରେ ରାଜ୍ୟ ସରକାରଙ୍କୁ ଘେରିବ ବୋଲି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି।

Comment