ଓଡ଼ିଶାଲାଇଭ ବ୍ୟୁରୋ

ଜମ୍ମୁ କାଶ୍ମୀରର ସୋପିଆଁରେ ରବିବାର ସକାଳୁ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଯେଉଁଥିରେ ସୁରକ୍ଷର୍କମୀଙ୍କୁ ବଡ଼ ସଫଳତା ମିଳିଛି। ୪ ଆତଙ୍କୀଙ୍କୁ ସୁରକ୍ଷାକର୍ମୀ ନିପାତ କରିବାରେ ସଫଳ ହୋଇଛନ୍ତି।

ଏଥିସହ ଦକ୍ଷିଣ କଶ୍ମୀରର ଦାରମଦୋରା କୀଗମ ଅଞ୍ଚଳରେ ଆତଙ୍କୀଙ୍କ ଆଡ୍ଡାସ୍ଥଳୀକୁ ବି ବିସ୍ଫୋରଣ କରି ଉଡ଼ାଇଛନ୍ତି ସୁରକ୍ଷାକର୍ମୀ।

ଏବେବି ସଂପୃକ୍ତ ଅଞ୍ଚଳରେ ସେନାର ସର୍ଚ୍ଚ ଅପରେସନ ଜାରି ରହିଛି। ଏହି ଅଞ୍ଚଳରୁ ବିପୁଳ ପରିମାଣର ଗୋଳା ବାରୁଦ ଓ ମାରଣାସ୍ତ୍ର ସେନା ଜବତ କରିଛି।

ସେନାର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇବା ପରେ ସୋପିଆଁ ଅଞ୍ଚଳରେ ଘେରାବନ୍ଦୀ କରାଯାଇଥିଲା। ଅପରେସନ ସମୟରେ ଆତଙ୍କୀ ସେନା ଉପରକୁ ଗୁଳି ଚଳାଇଥିଲେ। ଏହାର କଡ଼ା ଜବାବ ଦେଇଥିଲା ସେନା।

Comment