ଓଡ଼ିଶାଲାଇଭ୍ ବ୍ୟୁରୋ

ପଢ଼ନ୍ତୁ ଦିନ ତମାମର ପ୍ରମୁଖ ଖବର

ଆଜି ବିଜେପିର ବିଧାୟକ ଦଳ ବୈଠକ, ଘୋଷଣ ହେବ ବିରୋଧୀ ଦଳ ନେତା

ଘୋଷଣା ହେବ ବିରୋଧୀ ଦଳ ନେତା। ଏଥିପାଇଁ ରବିବାର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଜେପି ବିଧାୟକ ଦଳ ବୈଠକ ବସିବ। ଏହି ବୈଠକରେ ବିରୋଧୀଦଳ ନେତା କିଏ ହେବ, ସେନେଇ ସ୍ଥିର କରାଯିବ। ଏହି ବୈଠକର ପର୍ଯ୍ୟବେକ୍ଷକ ଭାବେ କେନ୍ଦ୍ରୀୟ ବିଜେପି ସଂପାଦକ ସରୋଜ ପାଣ୍ଡେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଜମ୍ମୁ କଶ୍ମୀରରେ ଆତଙ୍କୀ ଆଡ୍ଡାକୁ ବିସ୍ଫୋରଣରେ ଉଡ଼ାଇଲେ ସୁରକ୍ଷାକର୍ମୀ

ଜମ୍ମୁ କାଶ୍ମୀରର ସୋପିଆଁରେ ରବିବାର ସକାଳୁ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଯେଉଁଥିରେ ସୁରକ୍ଷର୍କମୀଙ୍କୁ ବଡ଼ ସଫଳତା ମିଳିଛି। ଦକ୍ଷିଣ କଶ୍ମୀରର ଦାରମଦୋରା କୀଗମ ଅଞ୍ଚଳରେ ଆତଙ୍କୀଙ୍କ ଆଡ୍ଡାସ୍ଥଳୀକୁ ବି ବିସ୍ଫୋରଣ କରି ଉଡ଼ାଇଛନ୍ତି ସୁରକ୍ଷାକର୍ମୀ।

କଟକ : ୨୧୦ ସ୍କୁଲରେ ଛାତ୍ରଛାତ୍ରୀ ପିଉଛନ୍ତି ଖୋଲା କୂଅ ପାଣି

କଟକ: ଶିକ୍ଷା ବଳୟର ବିକାଶ ଦିଗରେ ସରକାର ମାଳମାଳ ଯୋଜନା କରୁଛନ୍ତି। ବିଶେଷକରି ସରକାରୀ ସ୍କୁଲ ପ୍ରତି ପିଲା ଏବଂ ଅବିଭାବକଙ୍କୁ ଆକୃଷ୍ଟ କରିବାକୁ ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଅଣାଯାଉଛି। କିନ୍ତୁ ଏବେ ସୁଦ୍ଧା ସଂସ୍କାର ଆସିବା ଦୂରର କଥା ସରକାରୀ ସ୍କୁଲକୁ ମୌଳିକ ସୁବିଧାସୁଯୋଗ ଯୋଗାଇ ଦିଆଯାଇପାରିନାହିଁ।

ଜୁଲାଇରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଟେବୁଲ୍ ଟେନିସ୍ – ସ୍ଥିତି ସମୀକ୍ଷା କଲେ କ୍ରୀଡ଼ା ସଚିବ

ଜୁଲାଇ ୧୭ରୁ କଟକରେ ରାଜ୍ୟଗୋଷ୍ଠୀ ଟେବୁଲ୍ ଟେନିସ୍ ଚାମ୍ପିଅନସିପ୍‌ ଅନୁଷ୍ଠିତ ହେବ। କଟକ ଜବାହରଲାଲ୍ ନେହେରୁ ଇନଡୋର ଷ୍ଟାଡିୟମଠାରେ ଏହି ପ୍ରତିଯୋଗିତା ଆୟୋଜିତ ହେବାକୁ ଯାଉଛି। ଏ ନେଇ ପ୍ରସ୍ତୁତି ଜୋର୍ସୋର ଆରମ୍ଭ ହୋଇଛି।ବିଶେଷକରି ଭେନ୍ୟୁକୁ ଆକର୍ଷଣୀୟ କରିବାକୁ ଅନେକଗୁଡିଏ ଯୋଜନା ହାତକୁ ନିଆଯାଇଛି। ଶନିବାର ରାଜ୍ୟ କ୍ରୀଡ଼ା ବିଭାଗ ସଚିବ ବିଶାଲ ଦେବ କଟକ ଗସ୍ତରେ ଆସି ଇନଡୋର ଷ୍ଟାଡିୟମର ସ୍ଥିତି ସମୀକ୍ଷା କରିଛନ୍ତି।

ବଦଳିଲା ସରକାରୀ ଅଫିସ୍ ସମୟ

ରାଜ୍ୟ ସରକାରଙ୍କ ଅଧିନରେ ଥିବା ସମସ୍ତ ଅଫିସ୍‌ର ସମୟ ବଦଳିଛି। ଏଣିକି ଅଫିସ୍‌ ସକାଳ ୧୦ଟାରୁ ସନ୍ଧ୍ୟା ୫ଟା୩୦ ଯାଏଁ ଖୋଲା ରହିବ। କର୍ମଚାରୀମାନେ ଠିକ୍‌ ସମୟରେ ଅଫିସ୍‌ ଆସିବେ ବୋଲି ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି। ଦିନ ସାଢ଼େ ୧ଟାରୁ ୨ଟା ପର୍ଯ୍ୟନ୍ତ ମଧ୍ୟାହ୍ନ ଭୋଜନ ବିରତି ରହିବ। ଚତୁର୍ଥ ଶନିବାର ଅଫିସ୍‌ ଛୁଟି ରହିବ। କିନ୍ତୁ ପୂବ୍ରାହ୍ଣରେ କର୍ମଚାରୀମାନଙ୍କୁ ଅଫିସ୍‌ ଆସିବାକୁ ପଡ଼ିବ।

Comment