ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ହିମେଶ ରେଶମିଆଁ। ବଲିଉଡର ବେଶ ଜଣାଶୁଣା ନାଁ। ସିଙ୍ଗର, ମ୍ୟୁଜିକ କମ୍ପୋଜର ତଥା ଅଭିନେତା ଭାବେ ସେ ଢ଼େର ସଫଳତା ହାସଲ କରିଛନ୍ତି। ଅନେକ ସୁପରହିଟ ଗୀତ ସିନେମା ଜଗତକୁ ଭେଟି ଦେଇ ଲୋକପ୍ରିୟତା ହାସଲ କରିଛନ୍ତି ସେ। ହେଲେ ଆପଣ ଜାଣିଛନ୍ତି କି ଏହି ସଫଳ କଳାକାରଙ୍କ ସଫଳତା ପଛରେ କାହାର ହାତ ଅଛି?

ନିକଟରେ ଦ କପିଲ ଶର୍ମା ସୋ’ରେ ନିଜେ ହିମେଶ ଏ ସଂପର୍କରେ ଖୁଲାସା କରିଛନ୍ତି। ବଲିଉଡ ଷ୍ଟାର ସଲମାନ ଖାନଙ୍କ ପାଇଁ ସେ ବଲିଉଡରେ ଏଣ୍ଟ୍ରି କରିଥିବା କହିଛନ୍ତି।

‘‘ମ୍ୟୁଜିକକୁ କ୍ୟାରିୟର କରିବି କେବେ ଭାବି ନଥିଲି। ସଲମାନ ଖାନ ହିଁ ମତେ ପ୍ରଥମ ବ୍ରେକ ଦେଇଥିଲେ। ଏହାପରେ ମୁଁ ଆଗକୁ ବଢ଼ିଥିଲି। ଆଜି ମୁଁ ଯେଉଁଠି କେବଳ ସଲମାନଙ୍କ ପାଇଁ’’, କହିଛନ୍ତି ହିମେଶ।

ହିମେଶ ସଲମାନଙ୍କ ଫିଲ୍ମ ‘ପ୍ୟାର କିୟା ତୋ ଡରନା କ୍ୟା’ରୁ କ୍ୟାରିୟର ଆରମ୍ଭ କରିଥିଲେ। ‘ତେରେ ନାମ’, ‘ବଡିଗାର୍ଡ’ ଆଦି ସଲମାନଙ୍କ ଫିଲ୍ମରେ ଗୀତ ଗାଇଛନ୍ତି।

ନିକଟରେ କପିଲ ଶର୍ମା ସୋ’ରେ ହିମେଶ ରେଶମିଆଁ ଅତିଥି ଭାବେ ଯୋଗ ଦେଇଥିଲେ। ତାଙ୍କ ସହିତ କଣ୍ଠଶିଳ୍ପୀ ଅଳକା ୟାଗ୍ନି, ଜାଭେଦ ଅଳ୍ଲୀ ମଧ୍ୟ ଉପସ୍ଥିତ ଥିଲେ।

Comment