ଓଡ଼ିଶାଲାଇଭ ବ୍ୟୁରୋ

ଉତ୍ତର-ପୂର୍ବ ଦିଲ୍ଲୀ ସାଂସଦ ତଥା ବିଜେପିର ଦିଲ୍ଲୀ ଅଧ୍ୟକ୍ଷ ମନୋଜ ତିଓ୍ୱାରୀଙ୍କୁ ହତ୍ୟା ଧମକ ମିଳିଛି। ଏହି ଧମକ ମନୋଜଙ୍କ ମୋବାଇଲକୁ ମେସେଜ କରି ଦିଆଯାଇଛି। ମେସଜ କରି ହତ୍ୟା ଧମକ ଦେଇଥିବା ବ୍ୟକ୍ତିଙ୍କ ବିଷୟରେ ଏ ପର୍ଯ୍ୟନ୍ତ କିଛି ଜଣାପଡ଼ିନି। ମନୋଜ ଏନେଇ ଥାନାରେ ଅଭିଯୋଗ ମଧ୍ୟ କରିଛନ୍ତି।

ଏହାପୂର୍ବରୁ ମଧ୍ୟ ଗତବର୍ଷ ମନୋଜଙ୍କୁ ଏହିଭଳି ହତ୍ୟା ଧମକ ମିଳିଥିଲା। ଏନେଇ ମନୋଜ ଟୁଇଟ କରି ଜଣାଇଥିଲେ। ଆମ ଆଦମୀ ପାର୍ଟିର ଜଣେ ବିଧାୟକ ତାଙ୍କୁ ଧମକ ଦେଇଥିବା ସେ ଅଭିଯୋଗ କରିଥିଲେ।

ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ କେରଳ ଗସ୍ତରେ ବି ଏହିପରି ହତ୍ୟା ଧମକ ମିଳିଥିଲା। କେରଳର ଗୁରୁବାୟୁର ପୂଜା କରିବାକୁ ଯାଇଥିଲା ବେଳେ ତାଙ୍କୁ ଚିଠି ଜରିଆରେ କେହି ଜଣେ ଧମକ ଦେଇଥିଲା।

Comment