ଓଡ଼ିଶାଲାଇଭ ବ୍ୟୁରୋ

ମଙ୍ଗଳବାରଠାରୁ ଆରମ୍ଭ ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନ। ବଜେଟ ଅଧିବେଶନ ପୂର୍ବରୁ ସୋମବାର ବସିଛି ସର୍ବଦଳୀୟ ବୈଠକ। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ  ଅଧ୍ୟକ୍ଷତାରେ ଏହି ବୈଠକ ବସିଛି। ଏଥିରେ ସମସ୍ତ ଦଳର ସଦସ୍ୟ ଯୋଗ ଦେଇଛନ୍ତି।

କିପରି ଗୃହକାର୍ଯ୍ୟ ସ୍ୱଭାବିକ ହେବ, କିପରି ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ବାଟ ବାହାରିବ ଏବଂ ଗୃହ ସୁରୁଖୁରୁ ଚଳାଇବା ପାଇଁ ବିରୋଧୀଙ୍କ ସହଯୋଗ ଉପରେ ବୈଠକରେ ଆଲୋଚନା ହେବ।

ରାଜ୍ୟରେ ପ୍ରଥମ ଥର ପାଇଁ ବଜେଟ ଅଧିବଶେନ ପୂର୍ବରୁ ସର୍ବଦଳୀୟ ବୈଠକ ବସୁଛି। ପୂର୍ବରୁ ସଂସଦରେ ଅଧିବଶେନ ପୂର୍ବରୁ ସର୍ବଦଳୀୟ ବୈଠକ ବସୁଥିଲା। ହେଲେ ଏଥର ପ୍ରଥମ ଥର ଲାଗି ରାଜ୍ୟ ବିଧାନସଭା କ୍ଷେତ୍ରରେ ଏହି ଘଟଣା ଘଟିଛି।

Comment