ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେପିରେ ବିଧିବଦ୍ଧ ଭାବେ ଯୋଗ ଦେଲେ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର। ବିଜେପି କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନାଡ୍ଡା ଏବଂ ବରିଷ୍ଠ ନେତା କୈଳାଶ ବିଜୟଭର୍ଗିୟାଙ୍କ ଉପସ୍ଥିତିରେ ଜୟଶଙ୍କର ବିଜେପିରେ ଯୋଗ ଦେଇଛନ୍ତି।

୨୦୧୪ ମସିହାରେ ବିଜେପି ସରକାର ଗଢ଼ିବାପରେ ଏସ୍‌ ଜୟଶଙ୍କର ଥିଲେ ମୋଦି ସରକାରଙ୍କ ବୈଦେଶିକ ସଚିବ। ତେବେ ଚଳିତ ନିର୍ବାଚନରେ ଜୟଶଙ୍କରଙ୍କୁ ମୋଦିଙ୍କ ଗିଫ୍ଟ ମିଳିଛି। ସର୍‌ରପ୍ରାଇଜ୍‌ ଗିଫ୍ଟ ଭାବେ ମୋଦି ଜୟଶଙ୍କରଙ୍କୁ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ ସଭାକୁ ଆମନ୍ତ୍ରଣ କରି ବୈଦେଶିକ ବିଭାଗ ପ୍ରଦାନ କରିଥିଲେ।

ଅନ୍ୟପକ୍ଷରେ ଜଣେ ମନ୍ତ୍ରୀ ଶପଥ ଗ୍ରହଣ କରିବାର ୬ ମାସ ମଧ୍ୟରେ ରାଜ୍ୟସଭା କିମ୍ବା ଲୋକସଭା ସଦସ୍ୟ ହେବା ଆବଶ୍ୟକ। ତେବେ ଏହାକୁ ଦୃଷ୍ଟିରେ ରଖି ବିଜେପି ମନ୍ତ୍ରୀ ଏସ୍‌ ଜୟଶଙ୍କରଙ୍କୁ ରାଜ୍ୟସଭା ପଠାଇବାକୁ ଯୋଜନା କରୁଛି।

Comment