ଓଡ଼ିଶାଲାଇଭ୍ ବ୍ୟୁରୋ

ପଢ଼ନ୍ତୁ ଦିନ ତମାମର ପ୍ରମୁଖ ଖବର

ଆଜିଠୁ ଯୁକ୍ତ ୩ ନାମଲେଖା ପ୍ରକ୍ରିୟା ଆରମ୍ଭ

ଯୁକ୍ତ ୩ରେ ନାମ ଲେଖାଇବା ପାଇଁ ସୋମବାରଠାରୁ ଅନଲାଇନ ପ୍ରକ୍ରିୟା ଆରମ୍ଭ ହୋଇଛି। ଦିନ ୧୧ଟାରୁ ଛାତ୍ରଛାତ୍ରୀ ମାନେ www.samsodisha.gov.in ୱେବ୍‌ସାଇଟ୍‌ରେ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ ରହିଛି ଜୁଲାଇ ୮।

ଇସ୍ତଫା ଦେଲେ ଆରବିଆଇ ଡେପୁଟି ଗଭର୍ଣ୍ଣର ବିରଳ ଆଚାର୍ଯ୍ୟ

ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ପୁଣି ଏକ ଝଟକା ଲାଗିଛି। ଆରବିଆଇ ଡେପୁଟି ଗଭର୍ଣ୍ଣର ପଦବୀରୁ ଇସ୍ତଫା ଦେଇଛନ୍ତି ବିରଳ ଭି. ଆଚାର୍ଯ୍ୟ। ୭ମାସ ମଧ୍ୟରେ ଏହା ଦ୍ୱିତୀୟ ଥର ପାଇଁ ହୋଇଛି। ତାଙ୍କ ପୂର୍ବରୁ ଡିସେମ୍ବର ୨୦୧୮ରେ ଉର୍ଜିତ୍ ପଟେଲ ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେଇଥିଲେ।

ଇଞ୍ଜିନିୟରଙ୍କୁ ବସଉଠ୍ ଘଟଣାରେ ପାଟଣାଗଡ଼ ବିଧାୟକ ଅଟକ

ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କୁ ସୋମବାର ବଲାଙ୍ଗିର ପୋଲିସ ଅଟକ ରଖିଛି। ଜୁନିୟର ଇଞ୍ଜିନିୟରଙ୍କ ବିଚ୍ ରାସ୍ତାରେ ଉଠବସ୍ କରାଇବା ଘଟଣାରେ ତାଙ୍କୁ ଅଟକ ରଖାଯାଇଛି। ପୋଲିସ ତାଙ୍କୁ ନୂଆପଡ଼ାରୁ ଆଣି ବଲାଙ୍ଗିରରେ ଜେରା କରୁଥିବା ସୂଚନା ମିଳିଛି।

Comment