ଓଡ଼ିଶାଲାଇଭ୍ ବ୍ୟୁରୋ

ସ୍ନାନପୂର୍ଣ୍ଣିମା ଦିନ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କୁ ସ୍ନାନବେଦୀକୁ ନେଇ ଶ୍ରୀମନ୍ଦିର ଦୁଇ ସେବାୟତ କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି। ସେବାୟତ ସୋମନାଥ ଖୁଣ୍ଟିଆ ଏବଂ ରାଜାରାମ ଖୁଣ୍ଟିଆଙ୍କୁ ଶ୍ରୀମନ୍ଦିର ପ୍ରଶାସନ ନିଲମ୍ବିତ କରିଛି।

ସିସିଟିଭି ଫୁଟେଜ ଯାଞ୍ଚ କରିବା ପରେ ଶ୍ରୀମନ୍ଦିର ପ୍ରଶାସନ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ସ୍ନାନପୂର୍ଣ୍ଣିମା ରାତିରେ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ସ୍ନାନବେଦୀକୁ ଯାଇଥିଲେ। ସେବାୟତମାନେ ତାଙ୍କୁ ସ୍ନାନବେଦୀକୁ ପାଛୋଟି ନେଇଥିଲେ। ବିଧାୟକ ଶ୍ରୀଜୀଉଙ୍କୁ ଛୁଇଁଥିଲେ। ଶ୍ରୀଜୀଉମାନଙ୍କୁ ନଛୁଇଁବା ପାଇଁ ଶ୍ରୀମନ୍ଦିର ପ୍ରଶାସନ କଟକଣା ଜାରି କରିଥିଲା। ହେଲେ କଟକଣାକୁ ବିଧାୟକ ଏବଂ ସେବାୟତ ମାନି ନଥିଲେ।

ଏହାକୁ ନେଇ ଝଡ଼ ବହିଥିଲା। ଏନେଇ ଶ୍ରୀମନ୍ଦିର ପ୍ରଶାସନ ସିସିଟିଭି ଫୁଟେଜ ଯାଞ୍ଚ କରି ବିଧାୟକ ଏବଂ ସେବାୟତଙ୍କୁ ନୋଟିସ୍‌ ପଠାଇଥିଲା। ପରେ ଦୁଇ ସେବାୟତଙ୍କୁ ନିଲମ୍ବିତ କରିଛି।

Comment