ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟ ସରକାରଙ୍କ ବଡ଼ ଧରଣର ଅଦଳବଦଳରେ ବିଏମ୍‌ସି କମିଶନର ସମର୍ଥ ବର୍ମାଙ୍କୁ ମିଳିଛି ନୂଆ ଦାୟିତ୍ୱ। ସମର୍ଥ ବର୍ମାଙ୍କୁ କେନ୍ଦ୍ରାପଡା ଜିଲ୍ଲାରେ ନୂତନ ଜିଲ୍ଲାପାଳ ନିଯୁକ୍ତି ମିଳିଛି। ତେବେ ସେ ସୋମବାର ନିଜ କାର୍ଯ୍ୟରେ ଯୋଗ ଦେଇଛନ୍ତି।

କେନ୍ଦ୍ରାପଡ଼ା ଜିଲ୍ଲା ଘୋଷଣା ହେବାର ୨୬ ବର୍ଷ ମଧ୍ୟରେ ସମର୍ଥ ବର୍ମା ହେଉଛନ୍ତି ୪୫ତମ ଜିଲ୍ଲାପାଳ। ବିଦାୟୀ ଜିଲ୍ଲାପାଳ ପ୍ରେମ ଚନ୍ଦ୍ର ଚୌଧୁରୀ ଗତ ଏପ୍ରିଲ ୭ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲାର ଜିଲ୍ଲାପାଳ ଭାବରେ ଯୋଗଦେଇଥିଲେ। ମାତ୍ର ୪୫ ଦିନର କାର୍ଯ୍ୟକାଳ ପରେ ଶ୍ରୀ ଚୌଧୁରୀଙ୍କୁ ସରକାର ବଦଳି କରିଛନ୍ତି। ତାଙ୍କ ବଦଳରେ ସମର୍ଥ ବର୍ମା ହେଲେ କେନ୍ଦ୍ରାପଡ଼ାର ନୂଆ ଜିଲ୍ଲାପାଳ।

ଏହା ପୁର୍ବରୁ ବହୁ ଜିଲ୍ଲାପାଳଙ୍କୁ ଅସମୟରେ ସରକାର ବଦଳି କରିଛନ୍ତି। ଏହା ଦ୍ୱାରା ଜିଲ୍ଲାର ବିକାଶ କ୍ଷେତ୍ରରେ ଅନ୍ତରାୟ ସୃଷ୍ଟି ହେଉଥିବା କେନ୍ଦ୍ରାପଡ଼ାବାସୀ କହିଛନ୍ତି। ଜିଲ୍ଲାରେ ସ୍ଥିର ଜିଲ୍ଲାପାଳ ନିଯୁକ୍ତି କରି ଜିଲ୍ଲାର ବିକାଶରେ ସହାୟକ ହେବାକୁ କେନ୍ଦ୍ରାପଡ଼ା ଜନସାଧାରଣ ସରକାରଙ୍କ ନିକଟରେ  ଦାବି କରିଛନ୍ତି।

Comment