ଓଡ଼ିଶାଲାଇଭ୍ ବ୍ୟୁରୋ

ଅଷ୍ଟ୍ରେଲିଆର ସିଡନି ଏୟାରପୋର୍ଟରେ ଏକ ଡ୍ୟୁଟି ଫ୍ରି ଦୋକାନରୁ ପର୍ସ ଚୋରି କରିବା ମାମଲାରେ ଏୟାର ଇଣ୍ଡିଆ ତା’ର ପାଇଲଟ ରୋହିତ ଭସିନଙ୍କୁ ନିଲମ୍ଵିତ କରିଛି। ତାଙ୍କୁ ବିନା ଅନୁମତିରେ ଏୟାର ଇଣ୍ଡିଆ ପରିସରରେ ପ୍ରବେଶ କରିବା ଉପରେ କଟକଣା ଲଗାଯାଇଛି। ଏହାଛଡ଼ା ତାଙ୍କ ପରିଚୟ ପତ୍ର ଜମା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଏୟାର ଇଣ୍ଡିଆ ଅଧିକାରୀ ସୂଚନା ଦେଇଛନ୍ତି।

ରୋହିତ ଭସିନଙ୍କୁ ଏ ଆଇ-୩୦ ବିମାନର କମାଣ୍ଡର ଭାବେ ନିଯୁକ୍ତି କରାଯାଇଥିଲା। ତାଙ୍କ ବିମାନ ଜୁନ ୨୨ ସକାଳ ୧୦.୪୫ରେ ସିଡନରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥାଏ। ଏହା ପୂର୍ବରୁ ଏକ ଡ୍ୟୁଟି ଫ୍ରି ଦୋକାନରୁ ପର୍ସ ଚୋରି କରି ଧରା ପଡ଼ିଥିଲେ ଭସିନ।

ଏୟାର ଇଣ୍ଡିଆ ଏହି ଘଟଣାରେ ତଦନ୍ତ ଆରମ୍ଭ କରିଛନ୍ତି। ତା’ ପୂର୍ବରୁ ଭସିନଙ୍କୁ ନିଲମ୍ଵନ କରାଯାଇଛି। ଏୟାର ଲାଇନ ଦ୍ଵାରା ଜାରି କରାଯାଇଥିବା ନିଲମ୍ଵନ ନିର୍ଦ୍ଦେଶରେ କୁହାଯାଇଛି ଯେ ଅଷ୍ଟ୍ରେଲିଆ କ୍ଷେତ୍ର ପରିଚାଳକଙ୍କ ଦ୍ଵାରା ଦିଆଯାଇଥିବା ରିପୋର୍ଟ ମୁତାବକ ସିଡନି ଏୟାରପୋର୍ଟରୁ ଏ ଆଇ-୩୦ ଉଡ଼ିବା ପୂର୍ବରୁ ଏକ ଡ୍ୟୁଟି ଫ୍ରି ଦୋକାନରୁ ପର୍ସ ଚୋରି କରିଥିଲେ ଭସିନ। ତେବେ ଏହାର ତଦନ୍ତ ପୁରା ହେବା ପର୍ଯ୍ୟନ୍ତ ତାଙ୍କୁ ନିଲମ୍ଵନ କରାଯାଇଛି।

Comment