ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡର ଖ୍ୟାତନାମା ଅଭିନେତ୍ରୀଙ୍କ ଭିତରୁ କରିସ୍ମା କପୁର ଜଣେ। କପୁର ପରିବାର ଝିଅ କରିସ୍ମା ତାଙ୍କ କ୍ୟାରିୟର ଭିତରେ ଅନେକ ସୁପରହିଟ ଫିଲ୍ମରେ ଅଭିନୟ କରିଛନ୍ତି। ବେଷ୍ଟ ଆକ୍ଟ୍ରେସଙ୍କ ଭିତରେ ବି କରିସ୍ମାଙ୍କ ନାଁ ସାମିଲ। ଅଭିନେତ୍ରୀ କରିସ୍ମା ଆଜି  ତାଙ୍କ ୪୫ତମ ଜନ୍ମଦିନ ପାଳନ କରୁଛନ୍ତି।

ବଲିଉଡ ଅଭିନେତା ରଣଧୀର କପୁର, ବବିତାଙ୍କ ଝିଅ ହେଲେ କରିସ୍ମା। ସେ ୧୯୭୪ ମସିହା ଜୁନ ୨୫ରେ ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିଲେ। ବଲିଉଡରେ ପାଦ ଦେବା ପରେ ସେ ତାଙ୍କ ଅଭିନୟ ଯାଦୁରେ ଅଗଣିତ ଦର୍ଶକଙ୍କ ହୃଦୟ ଜିତିଥିଲେ।

ଆଜି ତାଙ୍କ ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ତାଙ୍କର କେତେକ ସୁପରହିଟ ଫିଲ୍ମ ସଂପର୍କରେ।

କରିସ୍ମାଙ୍କ ସୁପରହିଟ ଫିଲ୍ମ କଥା କହିଲେ ‘ରାଜା ହିନ୍ଦୁସ୍ତାନୀ’ର ନାଁ ଆସେ। ୧୯୯୬ରେ ଏହି ଫିଲ୍ମ ରିଲିଜ ହୋଇଥିଲା। ଏଥିରେ ତାଙ୍କ ବିପକ୍ଷରେ ନାୟକ ସାଜିଥିଲେ ସୁପରଷ୍ଟାର ଅମିର ଖାନ। ଫିଲ୍ମର ଗୀତଗୁଡ଼ିକୁ ବି ଦର୍ଶକ ଖୁବ୍ ପସନ୍ଦ କରିଥିଲେ।

ଏହାପରେ ୨୯୯୭ରେ ଆସିଥିଲା ଫିଲ୍ମ ‘ଦିଲ ତୋ ପାଗଲ ହୈ’। ଏଥିରେ କରିସ୍ମାଙ୍କ ଦମଦାର ଅଭିନୟ ଦେଖିବାକୁ ମିଳିଥିଲା। ଏହି ଫିଲ୍ମରେ ନାୟକ ହୋଇଥିଲେ ଶାହରୁଖ। କରିସ୍ମା, ଶାହରୁଖ ବ୍ୟତୀତ ଏଥିରେ ଅକ୍ଷୟ ଓ ମାଧୁରୀଙ୍କୁ ବି ଦେଖିବାକୁ ମିଳିଥିଲା।

‘ଜାନଓ୍ୱର’ ବି କରିସ୍ମାଙ୍କ ସୁପରହିଟ ଫିଲ୍ମ ଭିତରୁ ଗୋଟିଏ। ଏହା ୧୯୯୯ରେ ରିଲିଜ ହୋଇଥିଲା। ଲହା ବକ୍ସ ଅଫିସରେ ବି ହିଟ ବି ହୋଇଥିଲା। ଏଥିରେ ଅକ୍ଷୟ କୁମାର ନାୟକ ଥିଲେ।

‘ଜୁବେଦା’, ‘ବିବି ନମ୍ବର ୧’, ‘ଫିଜା’, ‘ରାଜା ବାବୁ’, ‘ଶକ୍ତି’ ମଧ୍ୟ କରିସ୍ମାଙ୍କ ଅଭିନୀତ ସୁପରହିଟ ଫିଲ୍ମ।

Comment