ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଟିଭିରୁ କ୍ୟାରିୟର ଆରମ୍ଭ କରିଥିଲେ ଅଭିନେତ୍ରୀ ମୌନି ରୟ। ଦକ୍ଷ ଅଭିନୟ ପାଇଁ ଛୋଟ ପରଦାରେ ଲୋକପ୍ରିୟତା ହାସଲ କରିବା ପରେ ସେ ବଲିଉଡରେ ମଧ୍ୟ ନିଜ ସ୍ଥାନ ତିଆରି କରିଛନ୍ତି।

ସିରିଏଲ ଓ ଫିଲ୍ମରେ ନାୟିକା ଭାବେ ଅଭିନୟ କରିବା ପରେ ଏବେ ଦର୍ଶକ ତାଙ୍କୁ ଖଳନାୟିକା ଭୂମିକାରେ ଦେଖିବେ। ନିକଟରେ ଏକ ସାକ୍ଷାତକାରରେ ସେ ଏସଂପର୍କରେ ଖୁଲାସା କରିଛନ୍ତି।

ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ମୌନି ଖଳନାୟିକା ଭୂମିକାରେ ଅଭିନୟ କରିଛନ୍ତି। ଏଥିରେ ନିର୍ଦ୍ଦେଶନା ଦେଇଛନ୍ତି ଆର୍ଯ୍ୟନ ମୁଖର୍ଜୀ। ଏଥିରେ ନାୟକ ଭାବେ ରଣବୀର କପୁର ଅଭିନୟ କରିଥିଲା ବେଳେ ଆଲିୟା ଭଟ୍ଟ ନାୟିକା ସାଜିଛନ୍ତି। ଏହାବ୍ୟତୀତ ବିଗ ବି ଅମିତାଭ ବଚ୍ଚନ ମଧ୍ୟ ନଜର ଆସିବେ।

ମୌନି ଏବେ ‘ରୋମିଓ ଆକବର ଓ୍ୱାଲଟର’ ଫିଲ୍ମରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ତାଙ୍କ ସହ ଅଭିନେତା ଜନ ଆବ୍ରାହମ ଅଭିନୟ କରୁଛନ୍ତି।

LEAVE A REPLY

Please enter your comment!
Please enter your name here