ଓଡ଼ିଶାଲାଇଭ ବ୍ୟୁରୋ

ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନ ମଙ୍ଗଳବାରଠୁ ଆରମ୍ଭ ହେବ। ଏହି ଅଧିବେଶନ ଦୁଇଟି ପର୍ଯ୍ୟାୟରେ ୩୦ ଦିନ ଅଗଷ୍ଟ ୮ ତାରିଖ ଯାଏଁ ଚାଲିବ। ଅଧିବଶେନର ପ୍ରଥମ ପର୍ଯ୍ୟାୟ ଆଜିଠାରୁ ଜୁଲାଇ ୨ ତାରିଖ ଯାଏଁ ଚାଲିବ। ଦ୍ୱିତୀୟ ପର୍ଯ୍ୟାୟ ଜୁଲାଇ ୧୨ରୁ ଅଗଷ୍ଟ ୮ ଯାଏଁ ଚାଲିବ।

ଆଜି ଦିନ ୧୧ଟାରେ ରାଜ୍ୟପାଳଙ୍କ ଅଭିଭାଷଣ ପରେ ଅଧିବଶେନ ଆରମ୍ଭ ହେବ। ଏହାପରେ ୨୬ ଓ ୨୭ ତାରିଖରେ ଗୃହରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ହେବ। ୨୮ରେ  ଉପବାଚସ୍ପତି ନିର୍ବାଚନ ହେବ। ୨୮ରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ  ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ।

ଗତ ଫେବ୍ରୁଆରୀରେ ତତକାଳୀନ ଅର୍ଥମନ୍ତ୍ରୀ ଶିଶିଭୂଷଣ ବେହେରା ୨୦୧୯-୨୦ର ଆର୍ଥିକ ବର୍ଷର କାମଚଳା ବଜେଟ ଉପସ୍ଥାପନ କରିଥିଲେ। ଏଥିରେ ଜୁଲାଇ ୧୩ ପର୍ଯ୍ୟନ୍ତ ବ୍ୟୟବରାଦ କରାଯାଇଥିଲା।

ଏହି ଅଧିବଶେନରେ ଚାଷୀ ସମସ୍ୟା, ବେକାରୀ ସମସ୍ୟା, ଶିକ୍ଷା ବ୍ୟବସ୍ଥା ମୁଖ୍ୟ ପ୍ରସଙ୍ଗ ହୋଇପାରେ। ଏନେଇ ସରକାରଙ୍କୁ ଘେରିବାକୁ ମୁଖ୍ୟ ବିରୋଧୀ ଦଳ ଭାବେ ବିଜେପି ପ୍ରସ୍ତୁତ ହୋଇଛି।

Comment