ଓଡ଼ିଶାଲାଇଭ ବ୍ୟୁରୋ

ପଢ଼ନ୍ତୁ ଦିନ ତମାମର ପ୍ରମୁଖ ଖବର

ନୂତନ ଭାରତ ଗଠନ ପାଇଁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ

ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ପାଇଁ ଆଗତ ଧନ୍ୟବାଦ ପ୍ରସ୍ତାବ ଉପରେ ଆଜି ଲୋକସଭାରେ ବକ୍ତବ୍ୟ ରଖିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିତର୍କରେ ଅଂଶଗ୍ରହଣ କରିଥିବାରୁ ସେ ସାଂସଦମାନଙ୍କୁ, ବିଶେଷ କରି ପ୍ରଥମ ଥର ପାଇଁ ଲୋକସଭାକୁ ଆସିଥିବା ସଦସ୍ୟମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। କୋଟି କୋଟି ଭାରତୀୟଙ୍କ ସ୍ୱପ୍ନ, ନୂତନ ଭାରତର ପ୍ରତିଫଳନ ରାଷ୍ଟ୍ରପତିଙ୍କ ଅଭିଭାଷଣରେ ଦେଖିବାକୁ ମିଳିଥିବା ସେ କହିଥିଲେ।

ପରିବା ବୋଝେଇ ଗାଡ଼ିରୁ ଗଞ୍ଜେଇ ଜବତ

ନବରଙ୍ଗପୁର ପୋଲିସ ସୋମବାର ରାତିରେ ପାଟ୍ରୋଲିଂ କରିବା ବେଳେ ଏକ ପରିବା ବୋଝେଇ ଗାଡିରୁ ୮୭ କେଜି ଗଞ୍ଜେଇ ଜବତ କରିଛି। ଥାନା ଅଧିକାରୀ ତାରିକ ଅହମ୍ମଦଙ୍କ ସୂଚନା ଅନୁଯାୟୀ ମଙ୍ଗଳବାର ଭୋର ସମୟରେ ଏକ ପରିବା ବୋଝେଇ ଗାଡି ନବରଙ୍ଗପୁର ତ୍ରିବେଣୀ ଛକଠାରେ ଦ୍ରୁତ ବେଗରେ ଯିବାର ଦେଖି ପାଟ୍ରୋଲିଂ ଦଳ ପ୍ରଥମେ ଅଟକାଇଥିଲେ।

ସମଲେଶ୍ୱରୀ ଏକ୍ସପ୍ରେସ୍ ଦୁର୍ଘଟଣାରେ ୩ ରେଲୱେ କର୍ମଚାରୀ ମୃତ, ୩ ଷ୍ଟେସନ ମାଷ୍ଟର ସସ୍‌ପେଣ୍ଡ

ରାୟଗଡ଼ା ଜିଲ୍ଲାରେ ଘଟିଛି ଅଭାବନୀୟ ଘଟଣା। ମଙ୍ଗଳବାର ଅପରାହ୍‌ଣ ୪.୩୦ରେ ହାୱଡ଼ା-ଜଗଦଲପୁର ସମଲେଶ୍ୱରୀ ଏକ୍ସପ୍ରେସ୍‌(୧୮୦୦୫) ଦୁର୍ଘଟଣାଗ୍ରସ୍ତ ହୋଇଛି। ସିଙ୍ଗାପୁର ରୋଡ-କେଉଟଗୁଡ଼ା ମଝିରେ ମେଣ୍ଟେନାନ୍ସ ଇଞ୍ଜିନ ଧକ୍କା ଦେବା ପଳରେ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ଏହି ଘଟଣାରେ ୩ ଜଣ ରେଲୱେ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଚଳିତ ବର୍ଷ ବିନା ସବସିଡିରେ ହଜ ଯାତ୍ରା କରିବେ ୨ ଲକ୍ଷ ଭାରତୀୟ ମୁସଲମାନ

ସ୍ୱାଧୀନତା ପରଠାରୁ ପ୍ରଥମ ଥର ପାଇଁ ୨ ଲକ୍ଷ ଭାରତୀୟ ମୁସଲମାନ ଚଳିତ ବର୍ଷ ବିନା ସବସିଡିରେ ହଜ ଯାତ୍ରା କରିବେ। କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଭାବେ ଚଳିତ ବର୍ଷ ହଜ ସବସିଡି ହଟାଇ ଦେଇଥିବା କେନ୍ଦ୍ର ସଂଖ୍ୟାଲଘୁ ମନ୍ତ୍ରୀ ମୁଖତାର ଅବାସ ନକଭି ସୂଚନା ଦେଇଥିଲେ। ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହଜ-୨୦୧୯ ପ୍ରତିନିଧିମାନଙ୍କ ଏକ ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସେ ଏହି ସୂଚନା ପ୍ରଦାନ କରିଥିଲେ।

ଜଗତସିଂହପୁରରେ ପ୍ରତିଷ୍ଠା ହେବ ପ୍ଲାଷ୍ଟିକ ପାର୍କ

ଓଡ଼ିଶାର ଜଗତସିଂହପୁର ଜିଲ୍ଲାରେ ପ୍ରତିଷ୍ଠା ହେବ ପ୍ଲାଷ୍ଟିକ ପାର୍କ। ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ଡିଭି ସଦାନନ୍ଦ ଗୌଡ଼ା। ଆଜି ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତର ପ୍ରଦାନ କରି କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ଶ୍ରୀ ଗୌଡା କହିଥିଲେ ଯେ ଦେଶବ୍ୟାପୀ ପ୍ଲାଷ୍ଟିକ ପାର୍କ ପ୍ରତିଷ୍ଠା କରାଯିବାର ଯୋଜନା ରହିଛି।

ଫିଞ୍ଚଙ୍କ ଧୂଆଁଧାର ଶତକ, ଇଂଲଣ୍ଡକୁ ୨୮୬ ରନ୍‌ର ଟାର୍ଗେଟ୍‌ ଦେଲା ଅଷ୍ଟ୍ରେଲିଆ

ଆଇସିସି କ୍ରିକେଟ୍‌ ବିଶ୍ୱକପ୍‌ରେ ଆଜି ଦୁଇ ଶକ୍ତିଶାଳୀ ଦେଶ ମଧ୍ୟରେ ଲଢ଼େଇ ଜାରି ରହିଛି। ଘରୋଇ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଏହି ହାଇଭୋଲ୍ଟେଜ ମ୍ୟାଚ୍‌ରେ ଇଂଲଣ୍ଡକୁ ୨୮୬ ରନ୍‌ର ଟାର୍ଗେଟ୍‌ ଦେଇଛି ଅଷ୍ଟ୍ରେଲିଆ।

ସମଲେଶ୍ୱରୀ ଏକ୍ସପ୍ରେସକୁ ଧକ୍କା ଦେଲା ଇଞ୍ଜିନ

ରାୟଗଡ଼ା ଜିଲ୍ଲାରେ ହାୱଡ଼ା-ଜଗଦଲପୁର ସମଲେଶ୍ୱରୀ ଏକ୍ସପ୍ରେସ୍‌(୧୮୦୦୫) ଦୁର୍ଘଟଣାଗ୍ରସ୍ତ ହୋଇଛି। ମଙ୍ଗଳବାର ଅପରାହ୍‌ଣ ୪.୩୦ରେ ରାୟଗଡ଼ା ସିଙ୍ଗାପୁର ରୋଡ-କେଉଟଗୁଡ଼ା ମଝିରେ ଏହି ଦୁର୍ଘଟଣା ଘଟିଛି। ସାମ୍ନା ପଟୁ ଆସୁଥିବା ଏକ ମେଣ୍ଟନାନ୍ସ ଇଞ୍ଜିନ ସହ ଧକ୍କା ହୋଇ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ପତ୍ୟକ୍ଷଦର୍ଶୀଙ୍କ ମୁତାବିକ, ଏହି ଦୁର୍ଘଟଣାରେ ୨ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି।

ଚାଲିଥିଲା ଶ୍ରଦ୍ଧାଞ୍ଜଳି ସଭା – ବିଧାନସଭାରେ ଶୋଇ ପଡ଼ିଲେ ତିର୍ତ୍ତୋଲ ବିଧାୟକ

ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନ ଆଜିଠୁ ଆରମ୍ଭ ହୋଇଛି। ହେଲେ ଗୃହ ଆରମ୍ଭରୁ ଅଜବ ଦୃଶ୍ୟ ଗଣମାଧ୍ୟମ କ୍ୟାମେରାରେ କଏଦ ହୋଇଛି। ବିଧାନସଭାରେ ଶ୍ରଦ୍ଧାଞ୍ଜଳି ସଭା ଚାଲିଥିବା ବେଳେ ଶାସକ ଦଳର ବିଧାୟକ ବିଷ୍ଣୁ ଦାସ ନିଜ ଆସନରେ ଶୋଇ ପଡ଼ିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ଅଶୋକ ପରିଜା ଓଡ଼ିଶାର ନୂଆ ଆଡଭୋକେଟ ଜେନେରାଲ

ହାଇକୋର୍ଟର ବରିଷ୍ଠ ଆଇନଜୀବୀ ଅଶୋକ ପରିଜାଙ୍କୁ ମିଳିଛି ନୂଆ ଦାୟିତ୍ୱ। ଓଡ଼ିଶାର ଆଡଭୋକେଟ ଜେନେରାଲ ଭାବେ ତାଙ୍କୁ ରାଜ୍ୟ ସରକାର ସୋମବାର ନିଯୁକ୍ତି ଦେଇଛନ୍ତି। ଏଜି ସୂର୍ଯ୍ୟମଣି ମିଶ୍ରଙ୍କ ସ୍ଥାନରେ  ଅଶୋକ ପରିଜା ଏହି ଦାୟିତ୍ୱ ତୁଲାଇବେ। ନିକଟରେ ଏଜି ସୂର୍ଯ୍ୟମଣି ମିଶ୍ର ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେଇଥିଲେ।

ବିରୋଧୀ ଦଳ ନେତାଙ୍କୁ ନେଇ ଗୃହରେ ଝଡ଼, କଂଗ୍ରେସ ଉଠାଇଲା ପ୍ରଶ୍ନ

ଆଜିଠୁ ଆରମ୍ଭ ହୋଇଛି ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନ। ରାଜ୍ୟପାଳ ଗଣେଶୀ ଲାଲଙ୍କ ଅଭିଭାଷଣ ପରେ ଅଧିବେଶନ ଆରମ୍ଭ ହୋଇଥିଲା। ହେଲେ ପ୍ରଥମ ଦିନ ହିଁ ଗୃହରେ ଝଡ଼ ଦେଖିବାକୁ ମିଳିଥିଲା। ବିରୋଧୀ ଦଳ ନେତାଙ୍କୁ ନେଇ କଂଗ୍ରେସ ହଟ୍ଟଗୋଳ କରିଥିଲା। ବାଚସ୍ପତି ଗୃହର ପରମ୍ପରା ଭୁଲି ଯାଉଥିବା କଂଗ୍ରେସ ଅଭିଯୋଗ କରିଥିଲା।

କଟକରୁ ଭୁବନେଶ୍ୱର ଗଡ଼ିବ ମେଟ୍ରୋ ଟ୍ରେନ୍‌!

ଓଡ଼ିଶାରେ ନୂତନ ସରକାର ଗଠନ ହେବା ପରେ ମଙ୍ଗଳବାର ଷୋଡ଼ଶ ବିଧାନସଭା ଅଧିବେଶନ ବସିଛି। ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳ ଗଣେଷୀ ଲାଲ ନିଜ ଅଭିଭାଷଣ ରଖି ଅଧିବେଶନ ଆରମ୍ଭ କରିଛନ୍ତି। ଏହି ଅବସରରେ ରାଜ୍ୟପାଳ କଟକରୁ ଭୁବନେଶ୍ୱର ଯାଏଁ ମେଟ୍ରୋ ଟ୍ରେନ୍‌ ଚଳାଚଳ ହେବା ନେଇ ନିଜ ଅଭିଭାଷଣରେ କହିଛନ୍ତି।

ମଥାରେ ସିନ୍ଦୂର, ହାତରେ ମେହେନ୍ଦୀ: ବିବାହ ପରେ ସାଂସଦ ଭାବେ ଶପଥ ନେଲେ ନୁସରତ

ଏଥର ଲୋକସଭା ନିର୍ବାଚନରେ ମମତା ବାନାର୍ଜୀଙ୍କ ପାର୍ଟି ତୃଣମୂଳ କଂଗ୍ରେସ ପକ୍ଷରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ଅଭିନେତ୍ରୀ ନୁସରତ ଜହାଁ। ନିକଟରେ ସେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ମଙ୍ଗଳବାର ନିବ ବିବାହିତ ସାଂସଦ ନୁସରତ ସଂସଦରେ ଶପଥ ନେଇଛନ୍ତି। ଶପଥ ନେବାପରେ ବାଚସ୍ପତି ଓମ ବିର୍ଲାଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଛନ୍ତି ନୁସରତ।

ଜୁଲାଇ ୧୮ରୁ ଯୁକ୍ତ ୨ କଳା-ବିଜ୍ଞାନ-ବାଣିଜ୍ୟ-ଧନ୍ଦାମୂଳକର ଇନଷ୍ଟାଣ୍ଟ ପରୀକ୍ଷା

ଜୁଲାଇ ୧୮ରୁ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ଇନଷ୍ଟାଣ୍ଟ ପରୀକ୍ଷା। ଏନେଇ ଜୁନ୍ ୨୭ରୁ ଜୁଲାଇ ୧ ମଧ୍ୟରେ ଛାତ୍ରଛାତ୍ରୀମାନେ ଅନଲାଇନରେ ଫର୍ମ ପୂରଣ କରିପାରିବେ। ଜୁଲାଇ ୨ ଓ ୩ରେ ପରୀକ୍ଷା ଫି ଦାଖଲ ହେବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।

ଆଣ୍ଟିଗୁଆ ସରକାରଙ୍କ ଘୋଷଣା: ରଦ୍ଦ ହେବ ମେହୁଲ ଚୋକସୀଙ୍କ ନାଗରିକତ୍ୱ

ପିଏନବି ଠକେଇର ଅଭିଯୁକ୍ତ ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସୀକୁ ଭାରତ ଆଣିବା ପ୍ରକିୟା ଜୋର ହୋଇଛି। ଭାରତରୁ ଫେରାଇ ହୋଇ ଆଣ୍ଟିଗୁଆରେ ରହୁଥିବା ଚୋକସୀଙ୍କ ଆଣ୍ଟିଗୁଆ ନାଗରିକତ୍ୱ ରଦ୍ଧ ହୋଇପାରେ।

ବିଜୟ ଲୟକୁ ଫେରିବା ଲକ୍ଷ୍ୟରେ ଇଂଲଣ୍ଡ

ଆଇସିସି ବିଶ୍ଵକପ ୩୨ତମ ମ୍ୟାଚରେ ଅଷ୍ଟ୍ରେଲିଆକୁ ଭେଟିବ ଇଂଲଣ୍ଡ। ଆଜି ଲଣ୍ଡନରେ ଏହି ଦୁଇ ଦଳ ମଧ୍ୟରେ କଡ଼ା ଟକ୍କର ହେବ। ଚଳିତ ବିଶ୍ଵକପରେ ଦୁଇଦଳ ବେଶ ଶକ୍ତିଶାଳୀ ରହିଛନ୍ତି। ଅଷ୍ଟ୍ରେଲିଆ ୬ଟି ମ୍ୟାଚ ଖେଳି ୫ଟିରେ ବିଜୟୀ ହୋଇଥିବା ବେଳେ ଇଂଲଣ୍ଡ ୬ଟି ମ୍ୟାଚ ଖେଳି ୪ଟିରେ ବିଜୟ ୨ଟି ପରାଜୟ ସହ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ରହିଛି।

ବଜେଟ ଅଧିବେଶନ – କ’ଣ ରହିବ ବିଜେପିର ଭୂମିକା?

ଆଜିଠୁ ଓଡ଼ିଶା ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେଉଛି। ଏହା ୩୦ ଦିନ ଧରି ଚାଲିବ। ଷୋଡ଼ଶ ବିଧାନସଭାର ଏହା ପ୍ରଥମ ଅଧିବେଶନ। ଏହି ଅଧିବେଶନରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବଜେଟ ଗୃହୀତ ହେବା ସହ ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ ବି ଆସିବ। ତେବେ ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି ଗୃହରେ ବିଜେପିର ଭୂମିକା କ’ଣ ହେବ। ରାଜ୍ୟସଭା ନିର୍ବାଚନରେ ବିଜେପିର ପ୍ରାର୍ଥୀଙ୍କୁ ବିଜେଡିର ସମର୍ଥନ ଦେବା ଘଟଣାରେ ଇତି ମଧ୍ୟରେ ଢେର ରାଜନୈତିକ ଉଠାପକା ଚାଲିଥିବା ବେଳେ ସମସ୍ତଙ୍କ ଆଖି ବିଜେପି ବିଧାୟକଙ୍କ ଉପରେ।

ଜୁଲାଇ ୧ରୁ ଖୋଲିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ

ଜୁଲାଇ ୧ରୁ ଖୋଲିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସମସ୍ତ ସରକାରୀ ଅଭିଯୋଗ ପ୍ରକୋଷ୍ଠକୁ ବନ୍ଦ ରଖାଯାଇଥିଲା।

Comment