ଓଡ଼ିଶାଲାଇଭ ବ୍ୟୁରୋODISHALIVE_NEWS UPDATE_2PM

ପଢ଼ନ୍ତୁ ଦିନ ତମାମର ପ୍ରମୁଖ ଖବର

ଜୁଲାଇ ୧୮ରୁ ଯୁକ୍ତ ୨ କଳା-ବିଜ୍ଞାନ-ବାଣିଜ୍ୟ-ଧନ୍ଦାମୂଳକର ଇନଷ୍ଟାଣ୍ଟ ପରୀକ୍ଷା

ଜୁଲାଇ ୧୮ରୁ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ଇନଷ୍ଟାଣ୍ଟ ପରୀକ୍ଷା। ଏନେଇ ଜୁନ୍ ୨୭ରୁ ଜୁଲାଇ ୧ ମଧ୍ୟରେ ଛାତ୍ରଛାତ୍ରୀମାନେ ଅନଲାଇନରେ ଫର୍ମ ପୂରଣ କରିପାରିବେ। ଜୁଲାଇ ୨ ଓ ୩ରେ ପରୀକ୍ଷା ଫି ଦାଖଲ ହେବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।

ଆଣ୍ଟିଗୁଆ ସରକାରଙ୍କ ଘୋଷଣା: ରଦ୍ଦ ହେବ ମେହୁଲ ଚୋକସୀଙ୍କ ନାଗରିକତ୍ୱ

ପିଏନବି ଠକେଇର ଅଭିଯୁକ୍ତ ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସୀକୁ ଭାରତ ଆଣିବା ପ୍ରକିୟା ଜୋର ହୋଇଛି। ଭାରତରୁ ଫେରାଇ ହୋଇ ଆଣ୍ଟିଗୁଆରେ ରହୁଥିବା ଚୋକସୀଙ୍କ ଆଣ୍ଟିଗୁଆ ନାଗରିକତ୍ୱ ରଦ୍ଧ ହୋଇପାରେ।

ବିଜୟ ଲୟକୁ ଫେରିବା ଲକ୍ଷ୍ୟରେ ଇଂଲଣ୍ଡ

ଆଇସିସି ବିଶ୍ଵକପ ୩୨ତମ ମ୍ୟାଚରେ ଅଷ୍ଟ୍ରେଲିଆକୁ ଭେଟିବ ଇଂଲଣ୍ଡ। ଆଜି ଲଣ୍ଡନରେ ଏହି ଦୁଇ ଦଳ ମଧ୍ୟରେ କଡ଼ା ଟକ୍କର ହେବ। ଚଳିତ ବିଶ୍ଵକପରେ ଦୁଇଦଳ ବେଶ ଶକ୍ତିଶାଳୀ ରହିଛନ୍ତି। ଅଷ୍ଟ୍ରେଲିଆ ୬ଟି ମ୍ୟାଚ ଖେଳି ୫ଟିରେ ବିଜୟୀ ହୋଇଥିବା ବେଳେ ଇଂଲଣ୍ଡ ୬ଟି ମ୍ୟାଚ ଖେଳି ୪ଟିରେ ବିଜୟ ୨ଟି ପରାଜୟ ସହ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ରହିଛି।

ବଜେଟ ଅଧିବେଶନ – କ’ଣ ରହିବ ବିଜେପିର ଭୂମିକା?

ଆଜିଠୁ ଓଡ଼ିଶା ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେଉଛି। ଏହା ୩୦ ଦିନ ଧରି ଚାଲିବ। ଷୋଡ଼ଶ ବିଧାନସଭାର ଏହା ପ୍ରଥମ ଅଧିବେଶନ। ଏହି ଅଧିବେଶନରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବଜେଟ ଗୃହୀତ ହେବା ସହ ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ ବି ଆସିବ। ତେବେ ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି ଗୃହରେ ବିଜେପିର ଭୂମିକା କ’ଣ ହେବ। ରାଜ୍ୟସଭା ନିର୍ବାଚନରେ ବିଜେପିର ପ୍ରାର୍ଥୀଙ୍କୁ ବିଜେଡିର ସମର୍ଥନ ଦେବା ଘଟଣାରେ ଇତି ମଧ୍ୟରେ ଢେର ରାଜନୈତିକ ଉଠାପକା ଚାଲିଥିବା ବେଳେ ସମସ୍ତଙ୍କ ଆଖି ବିଜେପି ବିଧାୟକଙ୍କ ଉପରେ।

ଜୁଲାଇ ୧ରୁ ଖୋଲିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ

ଜୁଲାଇ ୧ରୁ ଖୋଲିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସମସ୍ତ ସରକାରୀ ଅଭିଯୋଗ ପ୍ରକୋଷ୍ଠକୁ ବନ୍ଦ ରଖାଯାଇଥିଲା।

Comment