ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଓଲିଉଡର ଏଭରଗ୍ରୀନ ସୁପରଷ୍ଟାର ହେଲେ ଅଭିନେତା ସିଦ୍ଧାନ୍ତ ମହାପାତ୍ର। ତାଙ୍କୁ ଓଲିଉଡର ପ୍ରଥମ ମେଗାଷ୍ଟାର ମଧ୍ୟ କୁହାଯାଏ। ସେ ତାଙ୍କ ସୁନ୍ଦର ଅଭିନୟ ବଳରେ ଆଜିବି ଦର୍ଶକଙ୍କ ମନରେ ରହିଛନ୍ତି।  ଅନେକ ସୁପରହିଟ ଫିଲ୍ମ ସେ ଦର୍ଶକଙ୍କୁ ଭେଟି ଦେଇଛନ୍ତି।

୧୯୯୩ ମସହାରୁ ଅଭିନୟ ଆରମ୍ଭ କରିଥିବା ସିଦ୍ଧାନ୍ତ ଏବେ ବି ଓଲିଉଡରେ ରାଜ କରୁଛନ୍ତି। ୧୯୬୬ରେ ଜନ୍ମିତ ସିଦ୍ଧାନ୍ତଙ୍କୁ ବୟସ ହେଲାଣି ୫୩। ହେଲେ ଏବେ ବି ସେ ପୂରା ଫିଟ ଆଉ ଫାଇନ। ତେବେ ଆପଣ ଜାଣିଛନ୍ତି କି ଅଭିନେତା ସିଦ୍ଧାନ୍ତଙ୍କ ଫିଟନେସର ରାଜ କ’ଣ?

ଓଡ଼ିଶାଲାଇଭ ଟିମକୁ ଦେଇଥିବା ଏକ ସାକ୍ଷାତକାରରେ ସିଦ୍ଧାନ୍ତ ତାଙ୍କ ଫିଟନେସର ରାଜ କହିଛନ୍ତି।  ସାଇକ୍ଲିଙ୍ଗ ଯୋଗୁଁ ୫୩ ବର୍ଷରେ ବି ନିଜକୁ ଫିଟ ରଖିଛନ୍ତି ବୋଲି କହିଛନ୍ତି ସିଦ୍ଧାନ୍ତ। ସାଇକେଲ ଚଲାଇବାକୁ ସିଦ୍ଧାନ୍ତ ଖୁବ ପସନ୍ଦ କରିନ୍ତି।

ତେବେ କେବଳ ଫିଟନେସ କଥା ନୁହେଁ ଏହି ସାକ୍ଷାତକାରେ ସେ ତାଙ୍କ ଜୀବନ ସହ ଜଡ଼ିତ ଆହୁରି ଅନେକ ପ୍ରସଙ୍ଗ ମଧ୍ୟ କହିଥିଲେ। ତାଙ୍କ ମା’ ତାଙ୍କ ଜୀବନର ଆଦର୍ଶ ବୋଲି ସେ କହିଥିଲେ। ସେହପରି ଅଭିନୟରେ ଅନ୍ତରଆତ୍ମା ହିଁ ତାଙ୍କ ଆଦର୍ଶ ବୋଲି ସେ କହିଥିଲେ।

‘‘ପରଦା ଉପରେ ମୁଁ ଯାହା ପରଦା ପଛରେ ବି ସେମିତ’’, କହିଛନ୍ତି ସିଦ୍ଧାନ୍ତ।

ରଜରେ ସିଦ୍ଧାନ୍ତଙ୍କ ଅଭିନୀତ ଫିଲ୍ମ ତୁ ମୋ ଲଭଷ୍ଟୋରି ୨ ରିଲିଜ ହୋଇଥିଲା। ଏଥିରେ ତାଙ୍କ ବିପକ୍ଷରେ ନାୟିକା ସାଜିଥିଲେ ଅନୁ ଚୌଧୁରୀ।

Comment