ଓଡ଼ିଶାଲାଇଭ ବ୍ୟୁରୋ

ଦୁଇ ଦିନିଆ ଜମ୍ମୁ କଶ୍ମୀର ଗସ୍ତରେ ଅଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଗୁରୁବାର ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଦ୍ୱିତୀୟ ଦିନରେ ଶାହ ଶ୍ରୀନଗରରେ ସହିଦ ଅଶରଦ ଖାନଙ୍କ ପରିବାରକୁ ଭେଟିଛନ୍ତି।

ସହିଦ ପୋଲିସ ଅଫିସରଙ୍କ ପରିବାରକୁ ଭେଟି ସାନ୍ତ୍ୱନା ଦେଇଛନ୍ତି ଶାହ। ଜୁନ ୧୨ ତାରିଖରେ ଅନନ୍ତନାଗରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିଲେ ଅଶରଦ।

ମୋଦି ସରକାର ଦ୍ୱିତୀୟ ଥର କ୍ଷମତାକୁ ଆସିବା ପରେ ଶାହଙ୍କର ଏହା ପ୍ରଥମ ଜମ୍ମୁ କଶ୍ମୀର ଗସ୍ତ। ଦୁଇ ଦିନିଆ ଗସ୍ତରେ ଯାଇଥିବା ଶାହ ରାଜ୍ୟରେ ଆଭ୍ୟନ୍ତରୀଣ ସୁରକ୍ଷା ନେଇ ବ୍ୟବସ୍ଥା ଓ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଅଗ୍ରଗତି ସଂପର୍କରେ ସମୀକ୍ଷା କରିବେ।

ଗତକାଲି ଜମ୍ମୁ କାଶ୍ମୀର ଜିଲ୍ଲାପାଳ ସତ୍ୟପାଲ ମଲ୍ଲିକଙ୍କ ସହ ଆଲୋଚନା କରିଥିଲେ ଶାହ। ଜୁଲାଇରୁ ଆରମ୍ଭ ହେବାକୁ ଯାଉଥିବା ଅମରନାଥ ଯାତ୍ରା ଲାଗି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ପ୍ରସଙ୍ଗରେ ସେ ଆଲୋଚନା କରିଥିଲେ।

Comment