ଓଡ଼ିଶାଲାଇଭ ବ୍ୟୁରୋ

ଭାରତ ଗସ୍ତରେ ଆସିଥିବା ଆମେରିକା ବୈଦେଶିକ ସଚିବ ମାଇକ ପୋମ୍ପିୟୋଙ୍କ ଗସ୍ତର ଆଜି ଦ୍ୱିତୀୟ ଦିନ। ଆଜି ବି ସେ ଭାରତୀୟ ପ୍ରତିନିଧିଙ୍କ ସହ ଆଲୋଚନା କରିବେ। ତିନି ଦିନିଆ ଭାରତ ଗସ୍ତରେ ଆସିଥିବା ପୋମ୍ପିୟୋ ଗତକାଲି ପ୍ରଥମେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କରିଥିଲେ। ଏହି ସାକ୍ଷାତକାରରେ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା।

ଏହାପରେ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ସହ ସାକ୍ଷାତ କରିଥିଲେ। ଏହି ଅବସରରେ ୠଷଠାରୁ ଏସ ୪୦୦ କ୍ଷେପଣାସ୍ତ୍ର କିଣା ପ୍ରସଙ୍ଗରେ ଭାରତ ତା’ର ଅଭିମୁଖ୍ୟ ସ୍ପଷ୍ଟ କରିଥିଲା।  ଜାତୀୟ ସ୍ୱାର୍ଥ ଦୃଷ୍ଟିରୁ ଯାହା ଆବଶ୍ୟକ ଭାରତ ତାହା କରିବ ବୋଲି ଜୟଶଙ୍କର କହିଛନ୍ତି।

ଭାରତ ଆମେରିକାର ଏକ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ। ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସଂପର୍କ ଆହୁରି ଦୃଢ଼ ହେବ ବୋଲି ଗତକାଲି ପ୍ରେସମିଟରେ କହିଥିଲେ ପୋମ୍ପିୟୋ।

Comment