ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦୁଝରର ଅଧିଷ୍ଠାତ୍ରୀ ଦେବୀ ମା’ ତାରିଣୀଙ୍କ ମନ୍ଦିରର ଖୋଲିଲା ହୁଣ୍ଡି। ମନ୍ଦିର ପରିସରରେ ଥିବା ମୋଟ୍ ୧୩ଟି ହୁଣ୍ଡି ଗୁରୁବାର ଗଣତି ପାଇଁ ଖୋଲା ଯାଇଛି। ଭକ୍ତଙ୍କ ଦ୍ୱାରା ଦାନ ଦିଆଯାଉଥିବା ଟଙ୍କା, ସୁନା, ରୂପା ଆଦି ଅଳଙ୍କାରର ଗଣନା କରି ହିସାବ କରାଯାଇଛି।

ଚଳିତ ଥର ହୁଣ୍ଡିରୁ ୧୫ ଲକ୍ଷ ୭୭ହଜାର ୭୦୨ ଟଙ୍କା ଆୟ ହୋଇଛି। ଏଥିସହିତ ହୁଣ୍ଡିରୁ  ୪୨ଗ୍ରାମ ୪୨୦ ମିଲିଗ୍ରାମ ସୁନା ଅଳଙ୍କାର ଓ ୧୩୪୯ଗ୍ରାମ ୯୪୫ମିଲିଗ୍ରାମ ରୂପା ଅଳଙ୍କାରରୁ ମିଳିଛି।

ମନ୍ଦିରର ହୁଣ୍ଡି ଖୋଲାଯିବା ବେଳେ ତାରିଣୀ ମନ୍ଦିରର ପରିଚାଳନା ବୋର୍ଡର ସଭାପତି ରାଜେନ୍ଦ୍ର କୁମାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିବା ସହ ଅନ୍ୟ କର୍ମଚାରୀମାନେ ଏହି ଗଣତିରେ ସାହାଯ୍ୟ କରିଥିଲେ।

Comment