ଓଡ଼ିଶାଲାଇଭ୍ ବ୍ୟୁରୋ

ମାସିକ ପାରିବାରିକ ପତ୍ରିକା ‘କାଦମ୍ବିନୀ’ର ଉନବିଂଶ ଓ ଶିଶୁକିଶୋର ପତ୍ରିକା ‘କୁନିକଥା’ର ଅଷ୍ଟମ ସ୍ୱନକ୍ଷତ୍ର ଉତ୍ସବ ପାଳନ ହେବାକୁ ଯାଉଛି। ଜୁଲାଇ ୨ ସନ୍ଧ୍ୟା ୬ଟାରେ ଭୁବନେଶ୍ୱରସ୍ଥିତ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହେବ।

ବରିଷ୍ଠ ସାହିତ୍ୟିକ ଡକ୍ଟର ବିଭୂତି ପଟ୍ଟନାୟକ ସଭାପତିତ୍ୱ କରିବାର କାର୍ଯ୍ୟକ୍ରମ ରହିଛି।

ଏହି ଅବସରରେ ଗୋଲାପ ମଞ୍ଜରୀ କରଙ୍କୁ  ‘କାଦମ୍ବିନୀ ଗଳ୍ପ ସମ୍ମାନ’, ସୌଭାଗ୍ୟବନ୍ତ ମହାରଣାଙ୍କୁ  ‘କାଦମ୍ବିନୀ କବିତା ସମ୍ମାନ’       ପ୍ରବାସିନୀ ମହାକୁଡ଼ ଓ ପ୍ରଭାକର ସ୍ୱାଇଁଙ୍କୁ ‘କାଦମ୍ବିନୀ ଅନୁବାଦ ସମ୍ମାନ’ରେ ରେ ସମ୍ମାନିତ କରାଯିବ।

ଏଥିସହ ସୁଶ୍ରୀ ବିଭାବତୀ ଦାଶ ଙ୍କୁ ‘କାଦମ୍ବିନୀ ପ୍ରଚ୍ଛଦଶିଳ୍ପୀ ସମ୍ମାନ’ ଓ ଶ୍ୱେତା ରାଉତଙ୍କୁ ‘କାଦମ୍ବିନୀ ଆମ ରୋଷେଇ’ ପୁରସ୍କାର ପ୍ରଦାନ କରାଯିବ।

ହରେକୃଷ୍ଣ ଦାଶ ଓ ସୁଶ୍ରୀ ଅକ୍ଷତା ଅରୁଣା ‘କାଦମ୍ବିନୀ ପ୍ରିୟ ପାଠକ’ରେ ସମ୍ବର୍ଦ୍ଧନା ଲାଗି ମନୋନୀତ ହୋଇଛନ୍ତି। ଏହାସହ ନଗେନ୍ଦ୍ରନାଥ ପଟ୍ଟନାୟକଙ୍କୁ ‘କୁନିକଥା ପ୍ରିୟ ଲେଖକ’ ସମ୍ମାନରେ ସମ୍ମାନିତ କରାଯିବା ସହ ସୁଶ୍ରୀ ଇପ୍ସିତା ବିଶ୍ୱାଳ ‘କୁନି ପ୍ରତିଭା ପୁରସ୍କାର’ ପାଇବା ପାଇଁ ମନୋନୀତ ହୋଇଛନ୍ତି।

‘କାଦମ୍ବିନୀ ଗଳ୍ପ ଉନ୍ମେଷ’ର ବିଜେତା ପରମବୀର ଚକ୍ର, ଡିଲେଶ୍ୱର ରଣା ଓ ସ୍ୱଦେଶ ପାତ୍ର ପ୍ରମୁଖ ଏହି ଉତ୍ସବରେ ସମ୍ମାନିତ ହେବେ ବୋଲି ମନୋନୀତ ହୋଇଛନ୍ତି।

ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଝାଡ଼ଖଣ୍ଡର ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ଯୋଗଦେବେ। ସମ୍ମାନିତ ଅତିଥି ଭାବେ ଉଦୟନ ବାଜପେୟୀ ଏବଂ ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ଆଶୁତୋଷ ଭରଦ୍ୱାଜ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

Comment