ଓଡ଼ିଶାଲାଇଭ୍ ବ୍ୟୁରୋ

ପୁଣି ସମଲେଶ୍ୱରୀ ଏକ୍ସପ୍ରେସରେ ଯାନ୍ତ୍ରିକ ତ୍ରୁଟି। ଜଗଦଲପୁରରୁ ହାଓ୍ୱଡ଼ା ଯାଉଥିବା ସମଲେଶ୍ୱରୀ ଏକ୍ସପ୍ରେସରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ୭ଘଣ୍ଟା ବିଳମ୍ବରେ ଟ୍ରେନ ଜୟପୁରରେ ପହଞ୍ଚିଛି। ଏକ୍ସପ୍ରେସରେ କୋଟପାଡ଼ର କୁସୁମୀଠାରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଏଥିପାଇଁ ଟ୍ରେନ୍ ୭ ଘଣ୍ଟା ବିଳମ୍ବରେ ପହଞ୍ଚିଛି। ୭ ଘଣ୍ଟା ବିଳମ୍ବ ଯୋଗୁଁ ଯାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା।

ଜୟପୁର ଷ୍ଟେସନରେ ପାଣିର କୌଣସି ସୁବିଧା ନଥିବା ଏବଂ ଟ୍ରେନ ବିଷୟରେ କୌଣସି  ସଠିକ ସୂଚନା ଦେଉ ନଥିବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଯାତ୍ରୀ।

Comment