ଓଡ଼ିଶାଲାଇଭ୍ ବ୍ୟୁରୋ

ବାରିପଦା ଶ୍ରୀହରି ବଳଦେବ ଜୀଉ ମନ୍ଦିରର ସେବାୟତମାନଙ୍କର ଏକ ପ୍ରତିନିଧି ଦଳ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନୟକଙ୍କୁ ଭେଟିଛନ୍ତି। ସଚିବାଳୟରେ ସାକ୍ଷାତ କରି ସେବାୟତମାନେ ମନ୍ଦିରର ବିଭିନ୍ନ ସମସ୍ୟା ଉପରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ।

ଏନେଇ ମୁଖ୍ୟମନ୍ତ୍ରୀ ବାରିପଦା ଶ୍ରୀହରି ବଳଦେବଜୀଉ ମନ୍ଦିର ଏବଂ ସେବାୟତଙ୍କ ସମସ୍ୟାର ସମାଧାନ କରିବା ଲାଗି ପ୍ରତିଶ୍ରୁତି ଦେଇଛନ୍ତି। ଏବଂ ନୀବନ ଖୁବଶୀଘ୍ର ବାରିପଦା ଗସ୍ତରେ ଯିବେ ବୋଲି ମଧ୍ୟ କହିଥିଲେ।

ଏହି ଆଲୋଚନା ସମୟରେ ଆଇନମନ୍ତ୍ରୀ ପ୍ରତାପ ଜେନା, ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ।

Comment