ଓଡ଼ିଶାଲାଇଭ ବ୍ୟୁରୋ

ଜାପାନର ଓସକାରେ ଚାଲିଥିବା ଜି ୨୦ ଶିଖର ସମ୍ମିଳନୀର ଆଜି ତୃତୀୟ ତଥା ଶେଷ ଦିନ। ଏହି ସମ୍ମିଳନୀରେ ଯୋଗ ଦେଇଥିବା ବିଶ୍ୱର ପ୍ରମୁଖ ରାଷ୍ଟ୍ରମୁଖ୍ୟଙ୍କ ସହ ଆଜି ଦ୍ୱିପାକ୍ଷିକ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ସମ୍ମିଳନୀ ପରେ ଇଣ୍ଡୋନେସିଆ ରାଷ୍ଟ୍ରପତି, ବ୍ରାଜିଲ ରାଷ୍ଟ୍ରପତି, ଇଟାଲି ପ୍ରଧାନମନ୍ତ୍ରୀ, ତୁର୍କୀର ରାଷ୍ଟ୍ରପତି, ସିଙ୍ଗାପୁର ପ୍ରଧାନମନ୍ତ୍ରୀଙ୍କ ସହ ପୃଥକ ପୃଥକ ଭାବେ ଆଲୋଚନା କରିବେ ମୋଦି।

ଏହାପରେ ସମ୍ମିଳନୀରେ ମହିଳା ସଶକ୍ତିକରଣ ଉପରେ ବିଶ୍ୱର ପ୍ରମୁଖ ନେତା ଆଲୋଚନା କରିବେ। ବୈଠକରେ ଆର୍ଥିକ ଉଦାରୀକରଣର ସ୍ଥିରତା ଉପରେ ଆଲୋଚନ ହେବ। ଏଥିସହ ଜଳବାୟୁ ପରିବର୍ତ୍ତନ, ପରିବେଶକୁ ନେଇ ଆଲୋଚନା କରିବେ ପ୍ରମୁଖ ରାଷ୍ଟ୍ରମୁଖ୍ୟ।

ଅନ୍ୟପକ୍ଷରେ ଏହି ସମ୍ମିଳନୀରୁ ଫେରିବା ପୂର୍ବରୁ ମୋଦି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାକ କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ।

Comment