ଓଡ଼ିଶାଲାଇଭ ବ୍ୟୁରୋ

କେନ୍ଦ୍ର ସରକାର ସାରା ଦେଶରେ ଘରୋଇ ଓ କମ୍ପାନୀରେ ୩୦କୋଟି ପ୍ରିପେଡ ସ୍ମାର୍ଟ ମିଟର ଲଗାଇବାକୁ ଯୋଜନା କରୁଛନ୍ତି। ବିଦ୍ୟୁତ ଚୋରି ରୋକିବାକୁ ଆସନ୍ତା ୩ବର୍ଷ ଭିତରେ ସରକାର ଏହି ପଦକ୍ଷେପ ନେବେ।

ମୋବାଇଲ ଫୋନ ଭଳି ଏହାକୁ ମଧ୍ୟ ପୂର୍ବରୁ ରିଚାର୍ଜ କରି ହେବ। ଏହା ଦ୍ଵାରା ବିଦ୍ୟୁତ ଚୋରି ହେବାର ସମ୍ଭାବନା କମିଯିବ ଓ ସଚ୍ଚୋଟ ଲୋକ ୨୪ ଘଣ୍ଟା ବିଦ୍ୟୁତ ପାଇପାରିବେ।

ସ୍ମାର୍ଟ ମିଟର ଯୋଗାଣ ନେଇ ଏହା ମଧ୍ୟରେ କେନ୍ଦ୍ର ସରକାର ଓ ଉତ୍ପାଦ ମଧ୍ୟରେ ଆଲୋଚନା ହୋଇଯାଇଛି। ସ୍ମାର୍ଟ ମିଟର ଜରିଆରେ ବିଜୁଳି ଯୋଗାଣ ଉପରେ ସହଜରେ ନଜର ରଖି ହେବ। ଏହାଛଡ଼ା ସରକାର ମିଟର ମୂଲ୍ୟ ଉପରେ ସବସିଡି ଦେବେ।

ଏହାପୂର୍ବରୁ ସରକାର ଏଲଇଡି ଲାଇଟି ପ୍ରଦାନ, ସୌରଶକ୍ତି ଯୁକ୍ତ ଜଳ ସେଚନ ବ୍ୟବସ୍ଥା, ଚୋରି ରୋକିବା ଲାଗି ଇନସୁଲେଟେଡ ତାର ଲଗାଇବା ଆଦି କାର୍ଯ୍ୟ କରିସାରିଛନ୍ତି।

LEAVE A REPLY

Please enter your comment!
Please enter your name here