ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଓଲିଉଡର ଏଭରଗ୍ରୀନ ସୁପରଷ୍ଟାର ହେଲେ ଅଭିନେତା ସିଦ୍ଧାନ୍ତ ମହାପାତ୍ର। ତାଙ୍କୁ ଓଲିଉଡର ପ୍ରଥମ ମେଗାଷ୍ଟାର ମଧ୍ୟ କୁହାଯାଏ। ସେ ତାଙ୍କ ସୁନ୍ଦର ଅଭିନୟ ବଳରେ ଆଜିବି ଦର୍ଶକଙ୍କ ମନରେ ରହିଛନ୍ତି।  ୧୯୯୩ ମସହାରୁ ଅଭିନୟ ଆରମ୍ଭ କରିଥିବା ସିଦ୍ଧାନ୍ତ ଏବେ ବି ଓଲିଉଡରେ ରାଜ କରୁଛନ୍ତି।

ନିକଟରେ ଓଡ଼ିଶାଲାଇଭ ସହ ଏହି ଏଭରଗ୍ରୀନ ଅଭିନେତାଙ୍କର ଏକ ରାପିଡ ଫାୟାର ରାଉଣ୍ଡି ହୋଇଥିଲା। ଏହି ରାଉଣ୍ଡରେ ସିଦ୍ଧାନ୍ତ ସମସ୍ତ ପ୍ରଶ୍ନର ଉତ୍ତର ଦେଇଥିଲେ।

ସିଦ୍ଧାନ୍ତଙ୍କ ପାଇଁ ଅଭିନୟ କ’ଣ?

‘‘ଅଭିନୟ ମୋ ପାଇଁ ପେଶା’’, କହିଛନ୍ତି ସିଦ୍ଧାନ୍ତ।

ସିଦ୍ଧାନ୍ତଙ୍କ ଫିଟନେସର ରାଜ?

ସାଇକ୍ଲିଙ୍ଗ

ସିଦ୍ଧାନ୍ତଙ୍କ ଆଦର୍ଶ?

‘‘ମୋ ମା’ ମୋ ପାଇଁ ଆଦର୍ଶ। ଯଦି ଅଭିନୟ କଥା କହିବେ ତେବେ ମୋ ଅନ୍ତରଆତ୍ମା ହେଉଛି ମୋ ଆଦର୍ଶ। ମୋ ଆତ୍ମା ଯାହା କହେ ମୁଁ ସେଇ ଅଭିନୟ କରେ’’, କହିଛନ୍ତି ସିଦ୍ଧାନ୍ତ।

ସିଦ୍ଧାନ୍ତ କ’ଣ ପରଦା ଆଗରେ ଯେମିତି ପରଦା ପଛରେ ସେମିତି?

‘‘ହଁ, ମୁଁ ପରଦା ଆଗରେ ଯେମିତି ପରଦା ପଛରେ ସେମିତି। ମୁଁ ଯାହା ଦେଖାଯାଏ ପରଦାରେ ରିଅଲ ଲାଇଫରେ ବି ସେମିତି। ଏହା ଲୋକ ଜାଣିବା ଦରକାର’’ କହିଛନ୍ତି ସିଦ୍ଧାନ୍ତ।

କେଉଁ କଥାରେ ବେଶୀ ରାଗନ୍ତି ସିଦ୍ଧାନ୍ତ?

ମିଛ କଥା ଏବଂ ସାମ୍ନାରେ ଅନ୍ୟାୟ ଦେଖିଲେ ସିଦ୍ଧାନ୍ତଙ୍କୁ ରାଗ ଲାଗେ ବୋଲି ସେ କହିଛନ୍ତି।

ସିଦ୍ଧାନ୍ତଙ୍କ ପାଇଁ ଭଲ ପାଇବା କ’ଣ?

ଭଲ ପାଇବାର କିଛି ଅନ୍ତ ନାହିଁ। ଆପଣ ଯେତେ ଚାହିଁଲେ ଜଣଙ୍କୁ ଭଲ ପାଇବା ଦେଇ ପାରିବେ ବୋଲି ସେ କହିଛନ୍ତି। ଆଉ ସେ ଫିଟନେସଙ୍କୁ ହିଁ ଅଧିକ ଭଲ ପାଆନ୍ତି ବୋଲି କହିଛନ୍ତି।

Comment