ଓଡ଼ିଶାଲାଇଭ ବ୍ୟୁରୋ

ପ୍ରତି ବର୍ଷ ଜୁଲାଇ ୧କୁ ନ୍ୟାସନାଲ ଡକ୍ଟର୍ସ ଡେ’ ଭାବେ ପାଳନ କରାଯାଏ। ଭାରତର ପ୍ରସିଦ୍ଧ ଚିକିତ୍ସକ ଡାକ୍ତର ବିଧାନ ଚନ୍ଦ୍ର ରାୟଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଏ। ଭାରତରେ ଏହି ଦିବସର ଆରମ୍ଭ ୧୯୯୧ ମସିହାରେ ତତକାଳୀନ ସରକାରଙ୍କ ଦ୍ୱାରା ହୋଇଥିଲା।

ଏହି ଦିବସ ଅବସରରେ ଆସନ୍ତୁ ଜାଣିବା କେତେକ ବଲିଉଡ ଫିଲ୍ମ ବିଷୟରେ ଯେଉଁଥିରେ ଡାକ୍ତରଙ୍କ ଯୋଗଦାନକୁ ଗୁରୁତ୍ୱ ଦିଆଯାଇଛି। କରୀନା କପୁରଙ୍କଠୁ ଆରମ୍ଭ କରି ଶାହିଦ କପୁରଙ୍କ ପର୍ଯ୍ୟନ୍ତ ଅନେକ କଳାକାର ଡାକ୍ତର ଭୂମିକାରେ ଅଭିନୟ କରିଛନ୍ତି।

କରୀନା କପୁର

କରୀନା କପୁର ତାଙ୍କ କ୍ୟାରିୟର ଭିତରେ ଅନେକ  ଫିଲ୍ମରେ ଡାକ୍ତର ଚରିତ୍ରରେ ଅଭିନୟ କରିଛନ୍ତି। ସଲମାନଙ୍କ ସହ କିଉଁକି, ଅମିର ଖାନଙ୍କ ସହ ୩ ଇଡିଅଟ, ଉଡତା ପଞ୍ଜାବରେ କରୀନା ଡାକ୍ତର ଭାବେ ନଜର ଆସିଛନ୍ତି।

ଶାହିଦ କପୁର

ନିକଟରେ ରିଲିଜ ହୋଇଥିବା ଫିଲ୍ମ କବୀର ସିଂରେ ଜଣେ ସର୍ଜନ ଭାବେ ଅଭିନୟ କରିଛନ୍ତି ଶାହିଦ।

ସଞ୍ଜୟ ଦତ୍ତ

ଫିଲ୍ମ ମୁନା ଭାଇ ଏମବିବିଏସରେ ଦର୍ଶକ ସଞ୍ଜୟ ଦତ୍ତଙ୍କୁ ଡାକ୍ତର ଭୂମିକାରେ ଦେଖିଥିଲେ। ସଞ୍ଜୟ ଦତ୍ତଙ୍କ ସଫଳ ଫିଲ୍ମଗୁଡ଼ିକ  ମଧ୍ୟରେ ଏ ଫିଲ୍ମକୁ ଗଣାଯାଏ।

ଦୀପିକା ପାଦୁକୋନ 

ଫିଲ୍ମ ଏ ‘ଯବାନୀ ହୈ ଦିଓ୍ୱାନି’ ୨୦୧୩ରେ ରିଲିଜ ହୋଇଥିଲା। ଆୟନ ମୁଖର୍ଜୀ ଏହାର ନିର୍ଦ୍ଦେଶନା ଦେଇଥିଲେ। ଏଥିରେ ରଣବୀର କପୁର, ଦୀପିକା ପାଦୁକୋନ ଅଭିନୟ କରିଥିଲେ। ଏଥିରେ ଦୀପିକା ଜଣେ ମେଡିକାଲ ଷ୍ଟୁଡେଣ୍ଟ ଭୂମିକାରେ ଅଭିନୟ କରିଥିଲେ।

Comment