ଓଡ଼ିଶାଲାଇଭ ବ୍ୟୁରୋ

କନ୍ଧମାଳ ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆକୁ ନେଇ ଚର୍ଚ୍ଚା ନଥମୁଣୁ ଆଜି ପୁଣି ଢେଙ୍କାନାଳରେ ଏକ ଯୋଡ଼ା ଶିଶୁ ଜନ୍ମ ହୋଇଛନ୍ତି। ତାଙ୍କ ପେଟ ଓ ଛାତି ଯୋଡ଼ି ହୋଇ ରହିଛି। ଯାହାକି ସାରା ଓଡ଼ିଶାକୁ ଚକିତ କରିଦେଇଛି।

ଢେଙ୍କାନାଳ ପରଜଙ୍ଗ ବ୍ଲକ ଅନ୍ତର୍ଗତ ଖାଲପାଳ ଗ୍ରାମର ପ୍ରଦୀପ କୁମାର ବେହେରାଙ୍କ ସ୍ତ୍ରୀ ରେଣୁବାଳା ବେହେରା ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହି ଯୋଡ଼ା ଶରୀର ଶିଶୁଙ୍କୁ ଜନ୍ମ ଦେଇଛନ୍ତି।

ତେବେ ଶିଶୁର ସ୍ଵାସ୍ଥ୍ୟବସ୍ଥା ଠିକ ନଥିବାରୁ ତାକୁ ଚିକିତ୍ସା ପାଇଁ କଟକ ଶିଶୁ ଭବନ ସ୍ଥାନାନ୍ତର କରାଯାଇଛି।

ଏନେଇ ଯୋଡ଼ା ଶିଶୁର ବାପା ପ୍ରଦୀପ କୁମାର ବେହେରା କହିଥିଲେ,”ଆମ ଯାଆଁଳା ଛୁଆ ଆଜି ସକାଳେ ଜନ୍ମ ହୋଇଛି। ଗତ ମାସରେ ଅଲ୍ଟ୍ରାସାଉଣ୍ଡ କରିବାକୁ ଡାକ୍ତରଖାନା ଆସିଥିଲୁ ମାତ୍ର ପରୀକ୍ଷା ରିପୋର୍ଟ ବିଷୟରେ ଡାକ୍ତର ମାନେ କିଛି କହିନଥିଲେ।“

ଦୁଇବର୍ଷ ପୂର୍ବେ କନ୍ଧମାଳ ଜିଲ୍ଲାରେ ଜଗା – କାଳିଆ ନାମକ ଯୋଡା ମୁଣ୍ଡ ଶିଶୁ ଜନ୍ମ ହୋଇଥିଲା। ସେମାନଙ୍କୁ ଦିଲ୍ଲୀ ଏମ୍ସରେ ସଫଳ ଚିକିତ୍ସା ପରେ ବର୍ତ୍ତମାନ ସେମାନ ସୁସ୍ଥ ହୋଇ ଓଡ଼ିଶା ଫେରିବା ନେଇ ଚର୍ଚ୍ଚା ଚାଲିଛି।

Comment