ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ରାଜ୍ୟସଭାରେ ଶପଥ ନେଲେ ବିଜେପି ସାଂସଦ ଅଶ୍ୱିନୀ ବୈଷ୍ଣବ। ପଦ ଏବଂ ଗୋପନୀୟତା ପାଇଁ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କିଆ ନାଇଡୁ ତାଙ୍କୁ ଶପଥ ପାଠ କରାଇଥିଲେ।

ଅଶ୍ୱିନୀ ବୈଷ୍ଣବ ରାଜ୍ୟସଭାରେ ଓଡ଼ିଆରେ ଶପଥ ନେଇଥିଲେ।

ଗତ କିଛିଦିନ ତଳେ ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବ, ବିଜେଡି ପ୍ରାର୍ଥୀ ସସ୍ମିତ ପାତ୍ର ଏବଂ ଅମର ପଟ୍ଟନାୟକ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିଲେ।

ଅଶ୍ୱିନୀ ବୈଷ୍ଣବ ଓଡ଼ିଶାର ବାସିନ୍ଦା ହୋଇ ନଥିଲେ ମଧ୍ୟ ବିଜେପି ତାଙ୍କୁ ପ୍ରାର୍ଥୀ କରିଥିଲା। ବିଜେଡି ମଧ୍ୟ ତାଙ୍କୁ ସମର୍ଥନ ଦେଇଥିଲା। ଅଶ୍ୱିନୀ ପୂର୍ବରୁ କଟକ, ବାଲେଶ୍ୱରର ଜିଲ୍ଲାପାଳ ରହିଥିଲେ।

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ବ୍ୟକ୍ତିଗତ ସଚିବ ମଧ୍ୟ ସେ ଥିଲେ।

Comment