ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

‘ସୁନ୍ଦରଗଡ଼ର ସଲମାନ ଖାନ’ ଫିଲ୍ମରେ ଓଲିଉଡରେ ପାଦ ରଖିଥିଲେ ଅଭିନେତ୍ରୀ ଦିବ୍ୟା। ଏବେ ତାଙ୍କ ଅଭିନୀତ ଆଉ ଏକ ଫିଲ୍ମ ପରଦାକୁ ଆସିବାକୁ ଯାଉଛି। ଏହି ଫିଲ୍ମର ନାଁ ରହିଛି ‘ପ୍ରେମ ଏଟିଏମ’। ଏଥିରେ ଦିବ୍ୟାଙ୍କୁ ପୂରା ନୂଆ ଅବତାରରେ ଦେଖିବାକୁ ପାଇବେ ଦର୍ଶକ।

ସୁଧାଂଶୁ ମୋହନ ସାହୁ ନିର୍ଦ୍ଦେଶିତ ଏହି ଫିଲ୍ମର ଏବେ ସୁଟିଂ ଜାରି ରହିଛି। ଏଥିରେ ଲିପିକା, ପ୍ରଦ୍ୟୁମ୍ନ ଲେଙ୍କା, ସ୍ନିଗ୍ଧା ମହାନ୍ତି ପ୍ରମୁଖ ଅଭିନୟ କରିଛନ୍ତି।

ତରଙ୍ଗ ସିନେ ପ୍ରଡକ୍ସନ୍ସ ଦ୍ୱାରା ପ୍ରଯୋଜିତ ‘ସୁନ୍ଦରଗଡ଼ର ସଲମାନ୍ ଖାନ୍’ ସିନେମାରେ ଜଣେ ନବାଗତାଙ୍କର ଏଣ୍ଟ୍ରି ହୋଇଥିଲା। ଏହି ନବାଗତାଙ୍କ ନାମ ହେଲେ ଦିବ୍ୟା। ସେ ଏହି ସିନେମାରେ ବାବୁସାନଙ୍କ ବିପକ୍ଷରେ ଡେବ୍ୟୁ କରିଥିଲେ। ଦିବ୍ୟା ବେଶ୍ ପ୍ରଭାବଶାଳୀ ଅଭିନୟ ବି କରିଥିଲେ।

Comment